କେନ୍ଦ୍ରାପଡାରେ ୬ ଦିନ ବ୍ୟାପି ‘ମୁକ୍ତ ମଞ୍ଚ ନାଟକ ମହୋତ୍ସବ’

ଭୁବନେଶ୍ବର: କେନ୍ଦ୍ରାପଡାରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ମୁକ୍ତ ମଞ୍ଚ ନାଟକ ମହୋତ୍ସବ । ଚଳଚିତ୍ର ନିର୍ଦ୍ଦେଶକ ସୁଶାନ୍ତ ଦାସଙ୍କ ଅଦମ୍ୟ ପ୍ରୟାସରେ ଦ୍ଵିତୀୟ ବର୍ଷରେ ପଦାର୍ପଣ କରିଛି ଏହି ମହୋତ୍ସବ । ଓଡ଼ିଶାର ଗ୍ରାମାଞ୍ଚଳରେ କଳାକାରମାନଙ୍କ ସୃଷ୍ଟି ଓ ବିକାଶ ପାଇଁ ପ୍ରତିବର୍ଷ ଏକ ମୁକ୍ତ ମଞ୍ଚ ନାଟକ ମହୋତ୍ସବ ଆୟୋଜିତ କରିଆସୁଛି ‘ଜନକେଶ୍ୱର ଯୁବକ ସଂଘ, ଘିଗିଡିଆ’।
ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ନାଟ୍ୟ ଅନୁଷ୍ଠାନମାନେ ଆସି ଏଠି ପରିବେଷଣ କରିବେ ତାଙ୍କ ରଚିତ ନାଟକ । ୬ ଦିନ ବ୍ୟାପି ଏହି ମୁକ୍ତ ମଞ୍ଚ ନାଟକ ପ୍ରତିଯୋଗିତାରେ କାହାକୁ ମିଳିବ ଶ୍ରେଷ୍ଠ ନାଟକର ମାନ୍ୟତା, ଜାଣିବା ପାଇଁ ନାଟକ ଦେଖିବାକୁ ଅନୁରୋଧ କରିଛନ୍ତି ଚଳଚିତ୍ର ନିର୍ଦ୍ଦେଶକ ସୁଶାନ୍ତ ଦାସ । ଓଡ଼ିଶାର ପ୍ରାଚୀନ ପରମ୍ପରା କଳାକୁ ବଞ୍ଚାଇ ରଖିଥିବା ‘ଜନକେଶ୍ୱର ଯୁବକ ସଂଘ, ଘିଗିଡିଆ’ ଅନୁଷ୍ଠାନକୁ ଢେର ସାରା ଶୁଭେଚ୍ଛା ଓ ଅଭିନନ୍ଦନ।