ଆତଙ୍କବାଦୀଙ୍କ ଆକ୍ରମଣରେ ମୃତ ପର୍ଯ୍ୟଟକଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଗୃହମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହ ଆଜି ଶ୍ରୀନଗରର ପୋଲିସ ନିୟନ୍ତ୍ରଣ କକ୍ଷକୁ ଯାଇ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି। ଆଜି ସକାଳେ ପର୍ଯ୍ୟଟକଙ୍କ ମରଶରୀରକୁ ଶ୍ରୀନଗରକୁ ବିମାନ ମାଧ୍ୟମରେ ପଠାଯାଇଥିଲା। ପୋଲିସ ନିୟନ୍ତ୍ରଣ କକ୍ଷରେ ଅଧିକାରୀମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମୃତଦେହଗୁଡ଼ିକୁ ସେମାନଙ୍କ ନିଜ ନିଜ ଜନ୍ମସ୍ଥାନକୁ ପଠାଇବା ପାଇଁ ବ୍ୟବସ୍ଥା ଚାଲିଛି। ଜମ୍ମୁ ଏବଂ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପୀଡିତଙ୍କ ଶୋକସନ୍ତପ୍ତ ପରିବାରକୁ ମଧ୍ୟ ଭେଟିଛନ୍ତି। ସେମାନେ ସମସ୍ତ ଆବଶ୍ୟକୀୟ ସହାୟତାର ପ୍ରତିଶ୍ରୁତି ଦେଇଥିଲେ ଏବଂ ପ୍ରଭାବିତଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ସଂକଳ୍ପକୁ ପୁନର୍ବାର ଦୋହରାଇଥିଲେ। ମୃତକ ଏବଂ ସେମାନଙ୍କ ସମ୍ପର୍କୀୟମାନଙ୍କୁ ନିଜ ଗନ୍ତବ୍ୟ ସ୍ଥାନକୁ ପଠାଇବା ପାଇଁ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଶ୍ରୀନଗରରୁ ଅତିରିକ୍ତ ଚାରୋଟି ବିମାନ ମୁତୟନ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button