କେନ୍ଦ୍ରୀୟ ଚୁକ୍ତିନାମା ଘୋଷଣା କଲା ବିସିସିଆଇ: ତାଲିକାରେ ୩୪ ଖେଳାଳି

ନୂଆଦିଲ୍ଲୀ: 2024-25 ସିଜନ୍ (ଅକ୍ଟୋବର 1, 2024 ରୁ 30 ସେପ୍ଟେମ୍ବର 2025) ପାଇଁ ଟିମ୍ ଇଣ୍ଡିଆର ବିସିସିଆଇ କେନ୍ଦ୍ରୀୟ ଚୁକ୍ତିନାମା ଘୋଷଣା କରିଛି। ବୋର୍ଡ ଦ୍ୱାରା ପ୍ରକାଶିତ ତାଲିକାରେ ସମୁଦାୟ 34 ଖେଳାଳିଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ଆଶା ଅନୁଯାୟୀ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ଏ + ବର୍ଗରେ ସ୍ଥାନିତ କରାଯାଇଛି। ଏଥିରେ ସମୁଦାୟ 4 ଖେଳାଳି ଅନ୍ତର୍ଭୁକ୍ତ। ଗତ ବର୍ଷ ଏହି ଚୁକ୍ତିନାମାରୁ ବାଦ ପଡିଥିବା ଶ୍ରେୟସ୍ ଆୟର ଏବଂ ଇଶାନ୍ କିଶାନ୍ ଙ୍କୁ ମଧ୍ୟ ଚଳିତ ସିଜିନରେ ଅନ୍ତର୍ଭୁକ୍ତ କରାଯାଇଛି। ଘରୋଇ ସିରିଜ୍ ଖେଳି ନ ଥିବାରୁ ଶ୍ରେୟସ୍ ଆୟର ଏବଂ ଇଶାନ୍ କିଶାନ୍ ବିସିସିଆଇ ଦ୍ୱାରା କେନ୍ଦ୍ରୀୟ ଚୁକ୍ତିରୁ ବାଦ ପଡିଥିଲେ। ଏହି ସିଜିନରେ ଶ୍ରେୟସ୍ ଆୟରଙ୍କ ପ୍ରଦର୍ଶନ ଅତ୍ୟନ୍ତ ଭଲ ଥିଲା, ସେ ଚାମ୍ପିଅନ୍ସ ଟ୍ରଫିରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ। ଏହି ପ୍ରଦର୍ଶନ ପାଇଁ ତାଙ୍କୁ ମାର୍ଚ୍ଚରେ ଆଇସିସି ଦ୍ୱାରା ପ୍ଲେୟାର ଅଫ୍ ଦି ମନ୍ଥ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା। ଘରୋଇ କ୍ରିକେଟ୍ ରେ ଇଶାନ୍ କିଶାନଙ୍କ ପ୍ରଦର୍ଶନ ମଧ୍ୟ ବହୁତ ଭଲ ଥିଲା। ଉଭୟେ କେନ୍ଦ୍ରୀୟ ଚୁକ୍ତିକୁ ଫେରିବେ ବୋଲି ପୂର୍ଣ୍ଣ ଆଶା ରଖିଥିଲେ। ବିସିସିଆଇ ଗ୍ରେଡ୍ ବିରେ ଶ୍ରେୟସ୍ ଆୟର ଏବଂ ନୂତନ ଚୁକ୍ତିରେ ଗ୍ରେଡ୍ ସିରେ ଇଶାନ୍ କିଶାନଙ୍କୁ ଅନ୍ତର୍ଭୁକ୍ତ କରିଛି।

ଗ୍ରେଡ୍ ଏ + ରେ ଅନ୍ତର୍ଭୁକ୍ତ ଭାରତୀୟ କ୍ରିକେଟର:

ରୋହିତ ଶର୍ମା, ବିରାଟ କୋହଲି, ଜସପ୍ରୀତ ବୁମ୍ରା ଏବଂ ରବିନ୍ଦ୍ର ଜାଡେଜା।

ଗ୍ରେଡ୍ ଏରେ ଅନ୍ତର୍ଭୁକ୍ତ ଭାରତୀୟ କ୍ରିକେଟର:

ମହମ୍ମଦ ସିରାଜ, କେ.ଏଲ୍ ରାହୁଲ, ଶୁଭମାନ ଗିଲ, ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ଶାମି, ଋଷଭ ପନ୍ତ।

ଗ୍ରେଡ୍ ବିରେ ଅନ୍ତର୍ଭୁକ୍ତ ଭାରତୀୟ କ୍ରିକେଟର:

ସୂର୍ଯ୍ୟକୁମାର ଯାଦବ, କୁଲଦୀପ ଯାଦବ, ଅକ୍ସର ପଟେଲ, ଯଶସ୍ଵୀ ଜୟସ୍ଵାଲ ଏବଂ ଶ୍ରେୟାସ ଆୟର।

ଗ୍ରେଡ୍ ସି ରେ ଅନ୍ତର୍ଭୁକ୍ତ ଭାରତୀୟ କ୍ରିକେଟର:

ରିଙ୍କୁ ସିଂ, ତିଲକ ବର୍ମା, ରିତୁରାଜ ଗାଇକ୍ଵାଡ, ଶିବମ ଦୁବେ, ରବି ବିଶ୍ନୋଇ, ୱାଶିଂଟନ ସୁନ୍ଦର, ମୁକେଶ କୁମାର, ସଞ୍ଜୁ ସାମସନ, ଅର୍ଶଦୀପ ସିଂ, ପ୍ରସିଦ୍ଧ କୃଷ୍ଣ, ରଜତ ପାଟିଦାର, ଧ୍ରୁଭ ଜୁରେଲ, ସରଫରାଜ ଖାନ, ନୀତୀଶ କୁମାର ରେଡ୍ଡୀ, ଇଶାନ କିଶାନ, ଅଭିଷେକ ଶର୍ମା, ଆକାଶ ଦୀପ, ବରୁଣ ଚକ୍ରବର୍ତ୍ତୀ, ହର୍ଷିତ ରାଣା।

ରୋହିତ ଶର୍ମା, ବିରାଟ କୋହଲି, ରବିନ୍ଦ୍ର ଜାଡେଜା ଏବଂ ଜସପ୍ରୀତ ବୁମ୍ରାଙ୍କୁ ଏ + ଗ୍ରେଡରେ ଅନ୍ତର୍ଭୁକ୍ତ କରାଯାଇଛି, ଗତ ବର୍ଷ ମଧ୍ୟ ସମସ୍ତେ ସମାନ ବର୍ଗରେ ଥିଲେ। ଏହା ବ୍ୟତୀତ ଗ୍ରେଡ୍ ଏରେ 6 ଜଣ ଖେଳାଳି ଏବଂ ଗ୍ରେଡ୍ ବିରେ5 ଖେଳାଳିଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି, ଗ୍ରେଡ୍ ସିରେ ମୋଟ 19 ଖେଳାଳି ଅଛନ୍ତି, ସେମାନଙ୍କ ମଧ୍ୟରୁ ଅନେକ ପ୍ରଥମ ଥର ପାଇଁ ବିସିସିଆଇର ବାର୍ଷିକ ଚୁକ୍ତିନାମା ଗ୍ରହଣ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button