ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ, ୨୨ଟି ଦାମୀ ପ୍ଲଟ ଜବତ

ଭୁବନେଶ୍ବର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଠମଲ୍ଲିକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀ ଗିରଫ। ଗତକାଲି ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀଙ୍କ ବାସଭବନ ଓ କାର୍ଯ୍ୟାଳୟରେ ରେଡ୍ କରିଥିଲା ଭିଜିଲାନ୍ସ । ଗୋଟିଏ ଉବଲ ଷ୍ଟୋରେ ବିଲଡ଼ିଙ୍ଗ ସହ ୨୨ଟି ପ୍ଲଟ, ୩୫୦ ଗ୍ରାମର ସୁନା ଅଳଙ୍କାର, ୧.୧୬ କୋଟିର ବ୍ୟାଙ୍କ ଡିପୋଜିଟ ପାଇଥିଲା ଭିଜିଲାନ୍ସ । ୨୩ ଲକ୍ଷରୁ ଅଧିକ ନଗଦ ଟଙ୍କା ତାଙ୍କ ଜ୍ବାଇଁଙ୍କ ଘରୁ ମିଳିଥିଲା । ଗତକାଲି ରାମଚନ୍ଦ୍ରଙ୍କ ଲିଙ୍କ୍ ରେ ଏକକାଳୀନ ୮ଟି ସ୍ଥାନରେ ଚଢାଉ କରାଯାଇଥିଲା । ଢେଙ୍କାନାଳ ସହର ଗାୟତ୍ରୀ ନଗର ସ୍ଥିତ ବାସଭବନ ସମେତ ଆଠମଲ୍ଲିକ ବ୍ଲକ କାର୍ଯ୍ୟାଳୟ ଓ ସରକାରୀ ବାସଭବନ, ଢେଙ୍କାନାଳ ସଦର ବ୍ଲକ ବଣସିଂହସ୍ଥିତ ପୈତୃକ ଘର ଓ କଟକରେ ଚଢ଼ଉ କରିଥିଲା ଭିଜିଲାନ୍ସ । ତା ସହିତ ଭବାନୀପାଟଣାର ଧର୍ମଗଡ ଓ ଜୁନାଗଡ଼ରେ ଥିବା ଦୁଇ ଝିଅଙ୍କ ଘରେ ବି ରେଡ୍ ହୋଇଥିଲା। ଠାବ ହୋଇଥିବା ସଂପତ୍ତି ନେଇ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ ରାମଚନ୍ଦ୍ର ।