ହରିଆନାର ହିସାରରୁ ଅଯୋଦ୍ଧାକୁ ଉଡିଲା ବିମାନ, ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ହିସାରରୁ ଅଯୋଧ୍ୟାକୁ ବାଣିଜ୍ୟିକ ବିମାନ ଉଡ଼ାଣକୁ ପତାକା ଦେଖାଇବା ସହ ହିସାର ବିମାନବନ୍ଦରରେ ଟର୍ମିନାଲ-2 କୋଠାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। 410 କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏହି ନୂତନ ଟର୍ମିନାଲ ପ୍ରକଳ୍ପରେ ଏକ ଆଧୁନିକ ଯାତ୍ରୀ ଟର୍ମିନାଲ, କାର୍ଗୋ ସୁବିଧା ଏବଂ ବିମାନ ଯାତାୟାତ ନିୟନ୍ତ୍ରଣ କୋଠା ରହିବ। ପ୍ରଧାନମନ୍ତ୍ରୀ କହିଛନ୍ତି, 2014 ପୂର୍ବରୁ, ଭାରତରେ ମାତ୍ର 74 ଟି ବିମାନବନ୍ଦର ଥିଲା ଏବଂ ଏହି ସଂଖ୍ୟା ଏବେ 150 ଅତିକ୍ରମ କରିଛି। ସେ କେନ୍ଦ୍ରର UDAN ଯୋଜନାର ସଫଳତା ଉପରେ ମଧ୍ୟ ଆଲୋକପାତ କରିଥିଲେ, ଯାହା ହଜାର ହଜାର ଭାରତୀୟଙ୍କୁ ପ୍ରଥମ ଥର ପାଇଁ ବିମାନ ଯାତ୍ରା କରିବାକୁ ସକ୍ଷମ କରିଛି। ଏହି ଅବସରରେ ଭାଷଣ ଦେଇ ହରିୟାଣ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସାଇନି କହିଛନ୍ତି ଯେ, ବିମାନ ସେବା ଆରମ୍ଭ ହେବା ଦ୍ୱାରା ଆଞ୍ଚଳିକ ବାଣିଜ୍ୟ, ପର୍ଯ୍ୟଟନ ଏବଂ ନିବେଶ ସୁଯୋଗ ବୃଦ୍ଧି ପାଇବ। ପ୍ରଧାନମନ୍ତ୍ରୀ ମୋଦୀ ଏକ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ଦୀନବନ୍ଧୁ ଛୋଟୁ ରାମ ଥର୍ମାଲ ପାୱାର ପ୍ଲାଣ୍ଟର 800 ମେଗାୱାଟ ବିଦ୍ୟୁତ ୟୁନିଟ୍, ମୁକାରାବପୁରରେ କମ୍ପ୍ରେସଡ୍ ବାୟୋଗ୍ୟାସ୍ ପ୍ଲାଣ୍ଟ ଏବଂ ଭାରତମାଳା ପ୍ରକଳ୍ପ ଅଧୀନରେ 14 କିଲୋମିଟରରୁ ଅଧିକ ରେୱାଡି ବାଇପାସ୍ ପ୍ରକଳ୍ପ ସମେତ ବିକାଶମୂଳକ ପ୍ରକଳ୍ପଗୁଡ଼ିକର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ହରିୟାଣାର ହିସାରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ବାବାସେହାବଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଶ୍ରୀ ମୋଦୀ କହିଛନ୍ତି ଯେ, ଗତ 11 ବର୍ଷ ଧରି, ବାବା ସାହେବଙ୍କ ଜୀବନ, ​​ତାଙ୍କ ସଂଘର୍ଷ ଏବଂ ତାଙ୍କର କାଳଜୟୀ ବାର୍ତ୍ତା ସରକାରଙ୍କ ଜୟଯାତ୍ରାର ମୂଳଦୁଆ ହୋଇଛି। ଶ୍ରୀ ମୋଦୀ କହିଛନ୍ତି ଯେ, ପ୍ରତ୍ୟେକ ଦିନ, ନିଆଯାଇଥିବା ପ୍ରତ୍ୟେକ ନିଷ୍ପତ୍ତି ଏବଂ ପ୍ରତ୍ୟେକ ନୀତି ଡକ୍ଟର ଆମ୍ବେଦକରଙ୍କ ଦ୍ୱାରା ପ୍ରଦର୍ଶିତ ଦିଗରେ ଏକ ବିନମ୍ର ପଦକ୍ଷେପ, ଯାହା ସମସ୍ତଙ୍କ ପାଇଁ ନ୍ୟାୟ, ଅନ୍ତର୍ଭୁକ୍ତି ଏବଂ ମର୍ଯ୍ୟାଦାର ପଥ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦଳିତରୁ ବଞ୍ଚିତ, ଆଦିବାସୀରୁ ମହିଳା, ଗରିବରୁ ଅବହେଳିତ ପର୍ଯ୍ୟନ୍ତ ତାଙ୍କ ସରକାରଙ୍କର ପ୍ରତ୍ୟେକ ପ୍ରୟାସ ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଏବଂ ସେମାନଙ୍କ ଆକାଂକ୍ଷାକୁ ବାସ୍ତବରେ ପରିଣତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ବାବା ସାହେବ ଡକ୍ଟର ଭୀମ ରାଓ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାଙ୍କ ଜନ୍ମବାର୍ଷିକୀ ଦଳିତ, ଅବହେଳିତ ଏବଂ ପଛୁଆ ସମ୍ପ୍ରଦାୟ ପାଇଁ “ଦୀପ” ସଦୃଶ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବାବାସାହେବଙ୍କ ମନ୍ତ୍ର ଅନୁସାରେ କାମ କରି, ଶ୍ରୀକୃଷ୍ଣଙ୍କ ଭୂମିରୁ ଭଗବାନ ରାମଙ୍କ ଅଯୋଧ୍ୟାକୁ ବିମାନ ଯାତ୍ରା ଆରମ୍ଭ ହୋଇଛି। ଶ୍ରୀ ମୋଦୀ କହିଛନ୍ତି ଯେ ହରିୟାଣା ଦିକ୍ଷିତ ଭାରତର ସଂକଳ୍ପ ପୂରଣ କରିବା ପାଇଁ ଗର୍ବର ସହିତ କାର୍ଯ୍ୟ କରୁଥିବାରୁ ସେ ଗର୍ବିତ। ସେ ୱାକଫ ଆଇନରେ ସାମ୍ପ୍ରତିକ ପରିବର୍ତ୍ତନକୁ ସମର୍ଥନ କରି କହିଛନ୍ତି ଯେ ଏହା ଗରିବ ମୁସଲମାନମାନଙ୍କୁ ଲାଭ ପହଞ୍ଚାଇବ ଏବଂ ଆଦିବାସୀ ଭୂମିକୁ ସୁରକ୍ଷା ଦେବ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅନେକ ମୁସଲମାନ ମହିଳା ସରକାରଙ୍କୁ ଚିଠି ଲେଖିବା ପରେ ୱାକଫ ଆଇନ ଉପରେ ଆଲୋଚନା ଆରମ୍ଭ ହୋଇଥିଲା। ସେ କହିଛନ୍ତି ଯେ ସାମ୍ପ୍ରତିକ ପରିବର୍ତ୍ତନ ଶୋଷଣ ବନ୍ଦ କରିବ ଏବଂ ଗରିବ ମୁସଲମାନ ଏବଂ ପଛୁଆ ମୁସଲମାନମାନେ ସେମାନଙ୍କର ଅଧିକାର ପାଇବେ।

Related Articles

Leave a Reply

Your email address will not be published. Required fields are marked *

Back to top button