ଆୟୁଷ୍ମାନ ଯୋଜନାରେ ସାମିଲ ପାଇଁ ସାଧୁସନ୍ଥଙ୍କ ଦାବି

ଭୁବନେଶ୍ୱର: ସରକାର ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ତେବେ ଏଥିରେ ସାମିଲ ପାଇଁ ସାଧୁସନ୍ଥମାନେ ମଧ୍ୟ ନିବେଦନ କରିଛନ୍ତି। ପୁରୀରେ ସାଧୁ ସମାଜ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଏନେଇ ଦାବିପତ୍ର ପ୍ରଦାନ କରାଯାଇଛି। ରାଜ୍ୟରେ ୪୦ ହଜାରରୁ ଅଧିକ ସାଧୁସନ୍ଥ ରହିଥିବାବେଳେ ସ୍ବାସ୍ଥ୍ୟମନ୍ତ୍ରୀ ସେମାନଙ୍କୁ ଏହି ଯୋଜନାରେ ସାମିଲ କରାଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। କଟକି ମଠ ମହନ୍ତ ବିଜୟ ରାମାନୁଜ ଦାସ ଏନେଇ ସୂଚନା ଦେଇଛନ୍ତି।