ପଣା ସଂକ୍ରାନ୍ତି ପାଇଁ କଟକଣା, କମିଶନରେଟ ପୋଲିସ ପକ୍ଷରୁ ଗାଇଡଲାଇନ ଜାରି

ଭୁବନେଶ୍ବର : ପଣା ସଂକ୍ରାନ୍ତି ପାଇଁ କଟକରେ କଟକଣା । ପଣା ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ସେହିଦିନ ହନୁମାନ ମନ୍ଦିର ଥିବା ସ୍ଥାନରେ ଅଧିକ ଫୋର୍ସ ଜଗିବେ । ସହରରେ ମୁତୟନ ହେବେ ୧୦ ପ୍ଲାଟୁନ ଫୋର୍ସ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି । ସେହିପରି ନିଶା ଦ୍ରବ୍ୟ ସେବନ କରି ରାସ୍ତା ଘଟଣାରେ ଗଣ୍ଡଗୋଳ ନ କରିବାକୁ ଅପିଲ କରିଛନ୍ତି କଟକ ଡିସିପି । ସମସ୍ତ ଥାନାକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଶୋଭାଯାତ୍ରା ରୁଟ ରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଘରର ବରିଷ୍ଠ ସଦସ୍ୟ ବା ମୁରବିମାନେ ନିଜ ପିଲାମାନଙ୍କୁ ଶୃଙ୍ଖଳିତ ଆଚରଣ କରି ସଂଯମତା ର ସହିତ ପର୍ବ ପାଳନ ପାଇଁ ପରାମର୍ଶ ଦେବାକୁ ଅପିଲ କରିଛନ୍ତି ଡିସିପି । ଏହି ଦିନ କୌଣସି ବିଶୃଙ୍ଖଳା ବରଦାସ୍ତ୍ କରାଯିବ ନାହିଁ ବୋଲି ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ।