ଓଡ଼ିଶା ସହ କେନ୍ଦ୍ର ସରକାର ଅଛନ୍ତି: ମୋଦୀ

ଭୁବନେଶ୍ୱର: ଓଡ଼ିଶା ସହ ପୂରା କେନ୍ଦ୍ର ସରକାର ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଭୁବନେଶ୍ୱର ବିମାନବନ୍ଦରରେ  ବାତ୍ୟା ‘ୟଶ’ ଜନିତ କ୍ଷୟକ୍ଷତି ସମ୍ପର୍କିତ ବୈଠକରେ ମୋଦୀ ଏହା କହିଛନ୍ତି । ସମୀକ୍ଷା ବୈଠରେ ଓଡ଼ିଶା ସରକାର ବିପର୍ଯ୍ୟୟର ସ୍ଥାୟୀ ସମାଧାନ ସହ ସ୍ଥାୟୀ ଭିତ୍ତିଭୂମି ନିର୍ମାଣ ଦାବି କରିଥିଲେ । ତେବେ ଓଡ଼ିଶା ସହ ପୂରା କେନ୍ଦ୍ର ସରକାର ଅଛନ୍ତି ବୋଲି ମୋଦୀ କହିଥିବା ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ।

ବୈଠକରେ ଓଡ଼ିଶାର ଦାବି ସମ୍ପର୍କରେ ଏସଆରସି ପ୍ରଦୀପ ଜେନା କହିଥିଲେ ଯେ, ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ମୁକାବିଲା ପାଇଁ ୨ଟି ଦୀର୍ଘସୂତ୍ରୀ ବ୍ୟବସ୍ଥା ପାଇଁ ଦାବି କରିଛନ୍ତି । ବିଶେଷ କରି ବାତ୍ୟାକୁ ସମ୍ଭାଳି ପାରୁଥିବା ବିଦ୍ୟୁତ ବ୍ୟବସ୍ଥା ଦାବି  କରାଯାଇଛି । ଉନ୍ନତ ଟେକ୍ନୋଲୋଜି ଓ ଅଣ୍ଡର ଗ୍ରାଉଡ କେବୁଲିଂ ବ୍ୟବସ୍ଥା  ପାଇଁ ଦାବି କରାଯାଇଛି ।  ଉପକୂଳ ସୁରକ୍ଷା ପାଇଁ ଦୀର୍ଘକାଳୀନ ବ୍ୟବସ୍ଥା କରାଯିବାକୁ ଦାବି କରାଯାଇଛି ।  ୭/୮ ମିଟର ପର୍ଯ୍ୟନ୍ତ ଜୁଆର ଉଠୁଥିବାରୁ ତାର ବ୍ୟବସ୍ଥା କରାଯିବାକୁ କୁହାଯାଇଛି ।  ଏହି ଦୁଇ କାର୍ଯ୍ୟ ପାଇଁ ଭାରତ ସରକାରଙ୍କ ସହାୟତା ପାଇଁ ଦାବି କରାଯାଇଛି । ବର୍ତ୍ତମାନର ବାତ୍ୟା ନେଇ ଆମେ କିଛି ଦାବି କରାଯାଇନାହିଁ ।  ଯାହା ଏବେ ଦରକାର ଆମେ ତାକୁ ମ୍ୟାନେଜ କରିନେବୁ । ଆଗାମୀ ୭ ଦିନରେ କ୍ଷୟକ୍ଷତି ରିପୋର୍ଟ ଦେବୁ  ବୋଲି ଏସଆରସି କହିଥିଲେ ।

ପୂର୍ବରୁ ମୋଦୀ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରସ୍ଥ ବିମାନ ବନ୍ଦରରେ ପହଞ୍ଚିଥିଲେ । ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ସ୍ୱାଗତ ଜଣାଇଥିଲେ । ପରେ ଭୁବନେଶ୍ୱର ବିମାନବନ୍ଦରରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।  ଉକ୍ତ ବୈଠକରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ  ଷଡ଼ଙ୍ଗୀ, ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର, ପୁଲିସ ଡିଜି ଶ୍ରୀ ଅଭୟ ଓ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Related Articles

Leave a Reply

Your email address will not be published.

Back to top button