ଗୁଜୁରାଟରେ ସର୍ବାଧିକ ବ୍ଲାକ ଫଙ୍ଗସ ମାମଲା

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଥିବା କରୋନା ବିଭିନ୍ନ ପ୍ରଜାତି ମଧ୍ୟରେ ଅଧିକ ପ୍ରାଧାନ୍ୟ ବିସ୍ତାର କରିଛି ବି.୧.୬୧୭ ପ୍ରଜାତି । ବର୍ତ୍ତମାନ ସୁଦ୍ଧା ଜିନୋମ ସିକ୍ୱେନ୍ସିଂ ମାଧ୍ୟମରେ ଭାରତରେ ଚିହ୍ନଟ ହୋଇଥିବା ମୋଟ ଚିନ୍ତାଜନକ ପ୍ରଜାତି (ଭାରିଆଣ୍ଟ ଅଫ ଜନସନ) କରୋନା ଭୂତାଣୁ ମଧ୍ୟରେ ବି.୧୬୧୭ ପ୍ରଜାତିର ଅଂଶ ପ୍ରାୟ ୫୫ ପ୍ରତିଶତ । କରୋନା ସ୍ଥିତି ନେଇ ମନ୍ତ୍ରୀଗୋଷ୍ଠୀର ବୈଠକ ପରେ ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଏହି ସୂଚନା ଦେଇଛନ୍ତି । ସୋମବାର ସକାଳ ସୁଦ୍ଧା ଦେଶର ୨୫,୭୩୯ ଟି କୋଭିଡ ୧୯ ପଜିଟିଭ ନମୁନାର ସିକ୍ୱେନ୍ସିଂ ଆଇଏନଏସଏସିଓଜି ଦ୍ୱାରା କରାଯାଇଛି । ଏଥିରୁ ୯୫୦୮ଟି ନମୁନା ଚିନ୍ତାଜନକ ପ୍ରଜାତି ବୋଲି ଚିହ୍ନଟ  ହୋଇଛି । ଉଲ୍ଲେଖଯୋଗ୍ୟ ଭାରତରେ ପ୍ରଥମେ ମହାରାଷ୍ଟ୍ରରେ ବି.୧.୬୧୭ ପ୍ରଜାତିର ଭୂତାଣୁ ଚିହ୍ନଟ ହୋଇଥିଲା । ଏହି ଭୂତାଣୁ ଅତିରିକ୍ତ ମାତ୍ରାରେ ସଂକ୍ରମିତ ହେଉଥିଲା । ୫୨୬୧ ଟି ନମୁନାରେ ଏହି ପ୍ରଜାତିର ଭୂତାଣୁ ଥିବା ଜଣାପଡ଼ିଛି ।

Related Articles

Leave a Reply

Your email address will not be published.

Back to top button