ଅମରନାଥ ଯିବାକୁ ଏପ୍ରିଲ ୧୪ରୁ ପ୍ରି-ରେଜିଷ୍ଟ୍ରେସନ ଆରମ୍ଭ

ନୂଆଦିଲ୍ଲୀ: ଅମରନାଥ ଯାତ୍ରାକୁ ଯିବାକୁ ଇଚ୍ଛା ରଖିଥିବା ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର । ଅମରନାଥ ଯାତ୍ରା ପାଇଁ ପ୍ରି ରେଜିଷ୍ଟ୍ରେସନ ତାରିଖ ଘୋଷଣା ହୋଇଛି । ଚଳିତବର୍ଷ ଅମରନାଥ ଯାତ୍ରା ୩ ଜୁଲାଇରୁ ଆରମ୍ଭ ହୋଇ ୯ ଅଗଷ୍ଟ ଯାଏଁ ଚାଲିବ । ଏଥିପାଇଁ ପ୍ରି ରେଜିଷ୍ଟ୍ରେସନ ୧୪ ଏପ୍ରିଲରୁ ଆରମ୍ଭ ହେବ । ରେଜିଷ୍ଟ୍ରେସନ ପାଇଁ ସମଗ୍ର ଦେଶର ସମସ୍ତ ବ୍ୟାଙ୍କର ଅଧିକ୍ତ ଶାଖା ଏବଂ ହେଲଥ ସାର୍ଟିଫିକେଟ ପ୍ରସ୍ତୁତ କରିବା ପାଇଁ ରାଜ୍ୟ ଏବଂ ସ୍ଥାନୀୟ ହସପିଟାଲ ଏବଂ ଡାକ୍ତରଙ୍କ ଟିମ୍ ବିଷୟରେ ଖୁବଶୀଘ୍ର ସୂଚନା ଦିଆଯିବ । ବାବା ଅମରନାଥ ଯାତ୍ରା ୩୮ ଦିନ ଯାଏଁ ଚାଲିବ । ଶ୍ରୀ ଅମରନାଥ ଜୀ ଶ୍ରୀଇନ ବୋର୍ଡ ଶ୍ରଦ୍ଧାଳୁଙ୍କ ପାଇଁ ସୁବିଧା ଏବଂ ନିୟମଗୁଡିକୁ ପ୍ରସ୍ତୁତି କରିବାର ଶେଷ ପର୍ଯ୍ୟାୟରେ ରହିଛି । ଶ୍ରୀଇନ ବୋର୍ଡ ପକ୍ଷରୁ କୁହାଯାଇଛି କି, ଅମରନାଥ ଯାତ୍ରା ପାଇଁ ତୀର୍ଥଯାତ୍ରୀ ୧୪ ଏପ୍ରିଲରୁ ପ୍ରି ରେଜିଷ୍ଟ୍ରେସନ କରିପାରିବେ । ଯେଉଁମାନେ ଗ୍ରୁପରେ ବାବା ଅମରନାଥଙ୍କ ଯାତ୍ରା କରିବାକୁ ଚାହାନ୍ତି, ସେମାନଙ୍କ ପାଇଁ ଅଲଗା ଅଲଗା ନିୟମ ଜାରି କରାଯିବ । ହେଲିକପ୍ଟରରେ ଅମରନାଥ ଯାତ୍ରା ପାଇଁ ଯିବାକୁ ଚାହୁଁଥିବା ଶ୍ରଦ୍ଧାଳୁଙ୍କ ବୁକିଂ ପରେ ହେବ ।ଅମରନାଥ ଯାତ୍ରା ପାଇଁ ରେଜିଷ୍ଟ୍ରେସନ କରିବାକୁ ମେଡିକାଲ ସାର୍ଟିଫିକେଟ, ଫଟୋ ଦରକାର। ସେହିପରି ୧୩ ବର୍ଷରୁ କମ୍ ଏବଂ ୭୦ ବର୍ଷରୁ ଅଧିକ ବୟସ୍କ ଶ୍ରଦ୍ଧାଳୁଙ୍କୁ ଅନମୁତି ମିଳିବ ନାହିଁ । ସେହିପରି ୬ ସପ୍ତାହରୁ ଅଧିକ ଥିବା ଗର୍ଭବତୀଙ୍କୁ ଅନୁମତି ମିଳିବନି । ମାତା ବୈଷ୍ଣୌଦେବୀ ଶ୍ରୀଇନ ବୋର୍ଡ କମିଟି ବୈଠକର ନିଷ୍ପତ୍ତି ମୁତାବକ ଜୁଲାଇ ୩ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଚଳିତ ବର୍ଷ ଟ୍ରଷ୍ଟ ଓ ସରକାରଙ୍କ ଦ୍ବାରା ଶ୍ରଦ୍ଧାଳୁଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ସୁରକ୍ଷା, ରହିବା ଓ ଖାଦ୍ୟ ପାଇଁ ସରକାର ସ୍ବତନ୍ତ୍ର ଧ୍ୟାନ ଦେବେ ବୋଲି କୁହାଯାଇଛି । ଅମରନାଥ ଯାତ୍ରା ପହଲଗାମ ମାର୍ଗରୁ ଆରମ୍ଭ ହୋଇ ଶ୍ରଦ୍ଧାଳୁମାନେ ୪୮ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିଥାନ୍ତି । ସୂଚନାଯୋଗ୍ୟ, ଚଳିତବର୍ଷ ଚାରିଧାମ ଯାତ୍ରା ୩୦ ଏପ୍ରିଲରୁ ଗଙ୍ଗୋତ୍ରୀ ଏବଂ ଯମୁନେତ୍ରୀ ଧାମର କପାଟ ଖୋଲିବ । ଚଳିତ ବର୍ଷ ମେ’ ୨ରେ ଖୋଲିବ କେଦାରନାଥଙ୍କ କପାଟ । ମେ’ ୨ରେ ଠିକ୍ ସକାଳ ୭ଟାରେ ଏହି ଦିବ୍ୟ କାର୍ଯ୍ୟର ଆରମ୍ଭ କରାଯିବ ଆଉ ସେହି ସମୟରୁ ହିଁ ଆରମ୍ଭ ହେବ ଚାରିଧାମ ଯାତ୍ରା । ତେବେ ଉଖୀମଠ ସ୍ଥିତ ଓଁକାରେଶ୍ବର ମନ୍ଦିରରୁ ବାବାଙ୍କ ଶୋଭାଯାତ୍ରା ମେ ୧ରେ କେଦାରନାଥରେ ପହଞ୍ଚିବ ଆଉ ମେ ୨ ସକାଳେ କପାଟ ଖୋଲାଯିବ । ଯାତ୍ରା ପାଇଁ ଅନଲାଇନ ରେଜିଷ୍ଟ୍ରେସନ ୧୧ ମାର୍ଚ୍ଚରୁ ହେବ ।