ରାଉରକେଲାରେ ନକଲି ମୋବିଲ କାରଖାନା ଠାବ, ୨ ଗିରଫ୍

ଭୁବନେଶ୍ବର: ରାଉରକେଲା ବିଶ୍ରା ଥାନା ଅଞ୍ଚଳରେ ନକଲି ଇଞ୍ଜିନ ଅଏଲ ତିଆରି କାରଖାନା ଠାବ ହୋଇଛି । ଆସିୟାନା କଲୋନୀର ଏକ ବିଲ୍ଡିଂରେ ତିଆରି ହେଉଥିଲା ଡୁପ୍ଲିକେଟ ମୋବିଲ । ନାମୀ ଦାମୀ ମୋବିଲ କମ୍ପାନୀର ଲୋଗ ଲଗାଇ ବିକ୍ରୀ କରୁଥିଲେ ନକଲି ସାମଗ୍ରୀ । ରାଉଲକେଲା ପୋଲିସ ଦ୍ବାରା ଚଢ଼ାଉ କରାଯାଇ ହଜାର ହାଜାର ମୋବିଲ ବୋଟଲ, ପୋଡା ମୋବିଲ ସହ ନକଲି ମୋବିଲ ଜବତ କରାଯାଇଛି । ଏଥିରେ ସମ୍ପୃକ୍ତ ୨ ଗିରଫ କରି ତଦନ୍ତ କରୁଛି ପୋଲିସ ।