ବେଆଇନ ବନ୍ଧୁକ ତିଆରି କାରଖାନା ଠାବ କଲା କ୍ରାଇମ ବ୍ରାଞ୍ଚ, ଚଢାଉ ଜାରୀ

ଭୁବନେଶ୍ବର: ଆଜି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍ କଟକ ବୟାଳିଶି ମୌଜାରୁ ଏକ ବେଆଇନ ବନ୍ଧୁକ କାରଖାନା ଠାବ କରିଛି। ଏଠାରୁ ଶହ ଶହ ବନ୍ଧୁକ ତିଆରି ଜିନିଷ ଓ ମାଗାଜିନ୍ ଜବତ କରାଯାଇଛି। ବନ୍ଧୁକ କାରଖାନା ଠାବ କରିବା ସହ ୪ଜଣଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍। ଘଟଣାରୁ ଜଣାପଡିଛି ଯେ, ବୟାଳିଶି ମୌଜାର ଜଙ୍ଗଲ ଭିତରେ ଏକ ନିଛାଟିଆ ଜାଗାରେ ବନ୍ଧୁକ କାରଖାନା ହୋଇଥିଲା । ସରୋଜ ଚଦ୍ର ବେହେରା ନାମକ ବ୍ୟକ୍ତିଙ୍କ ଘରେ ଏହି ବେଆଇନ ବନ୍ଧୁକ କାରଖାନା ତିଆରି ଚାଲିଥିଲା। ଏହି କାରଖାନା ଦୀର୍ଘ ଦିନ ହେବ ଚାଲି ଆସି ବ୍ୟବସାୟ କରୁଥିଲା। ତେବେ କୌଣସି ସୂତ୍ରରୁ ଖବର ପାଇ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍ ଏହି ବନ୍ଧୁକ କାରଖାନା ଉପରେ ଚଢାଉ କରିଛି। ଚଢାଉ ବେଳେ ବିପୁଳ ପରିମାଣର ବନ୍ଧୁକ ସହ ବନ୍ଧୁକ ତିଆରି ସାମଗ୍ରୀ ଜବତ କରାଯାଇଛି। ତେବେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ବର୍ତ୍ତମାନ ସୁଦ୍ଧା ଚଢାଉ ଜାରି ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button