ଗିରଫ ହେଲେ ରାଜା ଚକ୍ର, ୧୫୦ କୋଟି ଟଙ୍କାର ଠକେଇ ଅଭିଯୋଗ

ଭୁବନେଶ୍ୱର : ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଚକ୍ର ଗିରଫ । ତାଙ୍କୁ ଗିରଫ କରାଯାଇଥିବା କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ସୂଚନା ଦେଇଛନ୍ତି । ରାଜା ଚକ୍ର ନାଁରେ ୧୫୦ କୋଟି ଟଙ୍କାର ଠକେଇ ଅଭିଯୋଗ ରହିଛି । ରାଜା ଚକ୍ରର ୪୨ ଟି ଗାଡି ଜବତ ସହ କେଉଁଝରର ଦୁଇଟି କମ୍ପାନୀ ସିଲ ହୋଇଛି ।  ରାଜାଙ୍କ ୨୫ ଲକ୍ଷ ଟଙ୍କା ଫ୍ରିଜ କରିଛି ଇଓଡବ୍ୟୁ । ଏହି ମାମଲାରେ ପୂର୍ବରୁ ମାନସ ବାରିକ ଓ ଉତ୍କଳ ଦାସ ଗିରଫ ହୋଇଥିଲେ ।୨୦୧୭ ରୁ ୨୦୨୪ ମଧ୍ୟରେ ଲୋଡିଙ୍ଗ ଏଜେନ୍ସି ୧୮ ଗତକାଲି ରାଜା ଚକ୍ରଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଥିଲେ । ରାଜା ଚକ୍ରଙ୍କ ସହ ତାର ସହଯୋଗୀ ସୁଶାନ୍ତ କୁମାର ସାମଲ, ସୁଧାଂଶୁ ଶେଖର ନାୟକ, ସମୀର କୁମାର ଜେନା ଓ ସଦାଶିବ ସାମଲଙ୍କ ଆଗୁଆ ଜାମିନ ଖାରଜ ହୋଇଥିଲା । ରାଜା ଚକ୍ରଙ୍କ ବେନାମୀ କାରବାରକୁ ନେଇ ଇଓଡବ୍ଲୁ ପକ୍ଷରୁ ଭୁବନେଶ୍ୱରରେ ଫେବ୍ରୁଆରି ୭ରେ କେସ୍ ନମ୍ବର ୩ରେ ଭାରତୀୟ ନ୍ୟାୟ ସଂହିତା ଧାରା ୪୦୬, ୪୦୯, ୪୨୦, ୪୬୭, ୪୭୧ ଓ ୧୨୦ ବି ଅନୁଯାୟୀ ମାମଲା ରୁଜୁ ହୋଇଛି । ରାଜ୍ୟର ୧୦ଟି ସ୍ଥାନରେ ଏ ନେଇ ଇଓଡବ୍ଲୁ ଚଢ଼ାଉ ଜାରି ରଖିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button