ବେଆଇନ ବାଣ ତିଆରି କାରଖାନାରେ ବିସ୍ଫୋରଣ, ଚାରି ଗୁରୁତର

ଭୁବନେଶ୍ବର : ଯାଜପୁର ଥାନା ବାସୁଦେବପୁର ପଂଚାୟତ ଜାଲପୁର ଗ୍ରାମରେ ବେଆଇନ ବାଣ ତିଆରି କାରଖାନାରେ ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ଚାରି ଜଣ ଗୁରୁତର ହୋଇଛନ୍ତି । ଚାରି ଜଣଙ୍କ ମଧ୍ୟରୁ ଦୁଇ ଜଣ ବୟସ୍କ ଥିବା ବେଳେ ଦୁଇଜଣ ନାବାଳକ ଥିବା ସୂଚନା ମିଳିଛି । ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ପୀତବାସ ପତିଙ୍କ ଘରେ ବେଆଇନ ବାଣଭିଡା ହେବା ନେଇ ଅଭିଯୋଗ ହୋଇଛି । ଗୁରୁତର ବାଦଲ ପାତ୍ର ସଙ୍କଟାପନ୍ନ ଅବସ୍ଥାରେ କଟକ ସ୍ଥାନାନ୍ତରିତ ହୋଇଛନ୍ତି । ବାଣ ବିସ୍ଫୋରଣ ଶବ୍ଦ ଶୁଣି ନିକଟରେ ଘର ତିଆରି କରୁଥିବା ଦୁଇ ଶ୍ରମିକ ମଧ୍ୟ ଛାତରୁ ପଡି ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି ।