ବାତ୍ୟା: ୧୦ ଆଇଏଏସ, ଆଇପିଏସଙ୍କୁ ୫ ଜିଲ୍ଲା ଦାୟିତ୍ୱ

ଭୁବନେଶ୍ୱର: ଧୀରେ ଧୀରେ ମାଡ଼ି ମାଡ଼ି ଆସୁଛି ବାତ୍ୟା ୟଶ ।  ବାତ୍ୟା ୟଶ ଏବେ ପାରାଦୀପ ଠାରୁ ୫୦୦ କିମି ଦୂରରେ ରହିଛି ।  ଏବେ ସମୁଦ୍ରରେ ପବନର ବେଗ ୬୫ରୁ ୮୫ କିମି ଭିତରେ ରହିଛି ।  ଆଜି ଭୀଷଣ ବାତ୍ୟାର ରୂପ ନେବ । ଆସନ୍ତାକାଲି ଅତି ଭୀଷଣରେ ପରିଣତ ହେବ । ୨୬ ତାରିଖ ଦ୍ୱିପ୍ରହରରେ ପାରାଦୀପ-ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ ।  ତେବେ ବାତ୍ୟା ମୁକାବିଲା ପାଇଁ ବରିଷ୍ଠ ଆଇଏଏସ ଓ ଆଇପିଏସଙ୍କୁ ୫ଟି ଜିଲ୍ଲାର ଦାୟିତ୍ୱ ଦିଆଯାଇଛି ।  ବାତ୍ୟା ପୂର୍ବର ପ୍ରସ୍ତୁତି ଓ ରିଲିଫ ତଦାରଖ ପାଇଁ ଆଇଏଏସଙ୍କୁ ଦାୟିତ୍ୱ ଦିଆଯାଇଛି ।  ସେହିପରି ଜିଲ୍ଲା ପୁଲିସଙ୍କୁ ପରାମର୍ଶ ଓ ମାର୍ଗଦର୍ଶନ ପାଇଁ ଆଇପିଏସଙ୍କୁ ଦାୟିତ୍ୱ ଦିଆଯାଇଛି ।  ତେବେ କେନ୍ଦ୍ରାପଡ଼ା ପାଇଁ ଆଇଏଏସ ହେମନ୍ତ ଶର୍ମା ଓ ଆଇପିଏସ ଜୟନାରାୟଣ ପଙ୍କଜ, ଜଗତସିଂହପୁର ପାଇଁ ଆଇଏଏସ ଶାଶ୍ୱତ ମିଶ୍ର ଓ ଆଇପିଏସ ଅମିତାଭ ଠାକୁର, ଭଦ୍ରକ ପାଇଁ ଆଇଏଏସ ଭିଭି ଯାଦବ ଓ ଆଇପିଏସ ଅମିତେନ୍ଦ୍ରନାଥ ସିହ୍ନା, ବାଲେଶ୍ୱର ପାଇଁ ଆଇଏଏସ ବିଶ୍ୱାଲ ଦେବ ଓ ଆଇପିଏସ ଦୀପ୍ତେଶ ପଟ୍ଟନାୟକ, ମୟୂରଭଞ୍ଜ ପାଇଁ ଆଇଏଏସ ସୁରେଶ ବଶିଷ୍ଟ ଓ ଆଇପିଏସ ଅନିରୁଦ୍ଧ କୁମାର ସିଂହଙ୍କୁ ଦାୟିତ୍ବ ଦିଆଯାଇଛି।

Related Articles

Leave a Reply

Your email address will not be published.

Back to top button