୧୦ ଜିଲ୍ଲାରେ ଲକଡାଉନ ହେଲା କୋହଳ

ଭୁବନେଶ୍ୱର:  ବାତ୍ୟା ୟଶକୁ ଦୃଷ୍ଟିରେ ରଖି ଓଡ଼ିଶାର ୧୦ଟି ଜିଲ୍ଲାରେ ଲକଡାଉନକୁ ସାମାନ୍ୟ କୋହଳ କରାଯାଇଛି ।  ସମ୍ପୃକ୍ତ ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, କେନ୍ଦୁଝର, ପୁରୀ, ଯାଜପୁର, କଟକ ଓ ଖୋର୍ଦ୍ଧା । ଏନେଇ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।  ୨୪ ଓ ୨୫ ତାରିଖ ସକାଳ ୭ରୁ ଅପରାହ୍ନ ୧ଟା ଯାଏଁ ଦୋକାନ ଖୋଲା ରହିବ ।  ରାସ୍ତାକଡ଼, ଗୋଟିକିଆ ଦୋକାନ ଓ ଓମଫେଡ ଦୋକାନ ଅପରାହ୍ନ ୧ଟା ଯାଏଁ ଖୋଲା ରହିବ ।  ଏହାଛଡ଼ା କ୍ଷୀର, ପାଉଁରୁଟି, ମାଛ ଓ ପରିବା ଦୋକାନ ଅପରାହ୍ନ ୧ଟା ଯାଏଁ ଖୋଲା ରହିବ ବୋଲି ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ପ୍ରକାଶ ଯେ, ବଙ୍ଗୋପସାଗରରେ ଗଭୀର ଅବପାତ ବାତ୍ୟାରେ ପରିଣତ ହୋଇଛି ।  ପୂର୍ବକେନ୍ଦ୍ରୀୟ ବଙ୍ଗୋପସଗାରରେ ବାତ୍ୟାର ରୂପ ନେଇଛି ।  ପାରାଦୀପ ଠାରୁ ଦକ୍ଷିଣ ଦକ୍ଷିଣ-ପୂର୍ବକୁ ୫୪୦ କିମି ଦୂରରେ ବାତ୍ୟା ‘ୟଶ’ର ଅବସ୍ଥିତି ରହିଛି ।  ସେହିପରି ବାଲେଶ୍ୱରରୁ ଦକ୍ଷିଣ ଦକ୍ଷିଣ-ପୂର୍ବର ୬୫୦ କିମି ଦୂରରେ ରହିଛି ।  ଦୀର୍ଘ ଠାରୁର ୬୩୦ ଦକ୍ଷିଣ ଦକ୍ଷିଣ-ପୂର୍ବରେ କେନ୍ଦ୍ରୀଭୂତ ହୋଇଛି ।  ଆସନ୍ତା ୨୪ ଘଣ୍ଟାରେ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେବ ।  ପରବର୍ତ୍ତୀ ୨୪ ଘଣ୍ଟାରେ ଘନୀଭୂତ ହୋଇ ଅତି ଭୀଷଣ ବାତ୍ୟାର ରୂପ ନେବ ।  ୨୬ ତାରିଖ ଭୋର ସୁଦ୍ଧା ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଛୁଇଁବ ।  ୨୬ ତାରିଖ ମଧ୍ୟାହ୍ନରେ ଅତି ଭୀଷଣ ବାତ୍ୟା ରୂପ ନେଇ ଲ୍ୟାଣ୍ଡଫଲ ହେବ ।  ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ ହେବ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି ।

Related Articles

Leave a Reply

Your email address will not be published.

Back to top button