ବନ୍ଦ ସୁଟକେସରୁ ମିଳିଲା କଂଗ୍ରେସ ନେତ୍ରୀଙ୍କ ମୃତଦେହ

ନୂଆଦିଲ୍ଲୀ : ହରିୟାଣାରେ ଚାଞ୍ଚଲ୍ୟକର ଘଟଣା ଘଟିଛି । ଏକ ବନ୍ଦ ସୁଟକେସରୁ ସନ୍ଦେହଜନକ ଭାବରେ ଠାବ ହୋଇଛି କଂଗ୍ରେସ ନେତ୍ରୀଙ୍କ ମୃତଦେହ । ଗତକାଲି ହରିୟାଣାର ରୋହତକରେ ଏକ ସୁଟକେସ୍ ଭିତରେ ୨୨ ବର୍ଷୀୟା କଂଗ୍ରେସ କର୍ମୀଙ୍କ ମୃତଦେହ ରହିଥିବାର ଦେଖିବାକୁ ମିଳିଥିଲା । ତାଙ୍କ ପରିଚୟ ହେଉଛି ହିମାନୀ ନରୱାଲ । ତେବେ ମୃତଦେହ ମିଳିବ ପରେ ତଦନ୍ତ ଜାରି ରହିଛି । ଏହି ମୃତଦେହକୁ ଦେଖିବାପରେ ଏହା ଏକ ହତ୍ୟାବୋଲି ପୋଲିସ ସନ୍ଦେହ କରୁଛି । ତେବେ ତାଙ୍କୁ କିଏ ଓ କାହିଁକି ହତ୍ୟା କଲା ତାହା ଜଣାପଡ଼ିନାହିଁ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଝିଅଟିକୁ ଦେଖିଲେ ଅନୁଭବ ହେଉଥିଲା କି ଯେପରି ତାକୁ ଗଳାକାଟି ହତ୍ୟା କରାଯାଇଛି ।  ଏହାପରେ ତାଙ୍କ ମୃତଦେହକୁ ଏକ ସୁଟକେସରେ ରଖି ଫୋପାଡ଼ି ଦିଆଯାଇଛି। ପୋଲିସ ତୁରନ୍ତ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଏବିଷୟରେ ଜଣାଇଥିଲେ । ଫୋରେନସିକ୍ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । କିନ୍ତୁ ଅପରାହ୍ନ ପର୍ଯ୍ୟନ୍ତ ଝିଅଟିକୁ ଚିହ୍ନଟ ହୋଇପାରି ନଥିଲା । ଏହି କାରଣରୁ ତାଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ସ୍ଥାନୀୟ ଡାକ୍ତରଖାନାକୁ ପଠାଯାଇଥିଲା । ଏହା ପରେ ଅଞ୍ଚଳର ଦୁଃଖର ଛାୟା ଖେଳିଯାଇଥିଲା ଏହି ସମୟରେ କିଛି ଲୋକ ମୃତ ଝିଅଟିର ଫଟୋ ଉଠାଇ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ହିମାନୀ କଂଗ୍ରେସର ଜଣେ ସକ୍ରିୟ ନେତ୍ରୀ ଥିଲେ । ସେ ପାର୍ଟିର ପ୍ରତ୍ୟେକ କାର୍ଯ୍ୟକ୍ରମରେ ଉତ୍ସାହର ସହିତ ଅଂଶଗ୍ରହଣ କରୁଥିଲେ। ସେ ପାର୍ଟିର ପ୍ରତ୍ୟେକ କାର୍ଯ୍ୟକ୍ରମରେ ଉତ୍ସାହର ସହିତ ଅଂଶଗ୍ରହଣ କରୁଥିଲେ । ସେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାରେ ଅନେକ ଥର ଅଂଶଗ୍ରହଣ କରିଥିଲେ। ଭାରତ ଯୋଡ଼ ଯାତ୍ରାରେ ତାଙ୍କୁ ରାହୁଲ ଗାନ୍ଧୀଙ୍କ ସହ ଦେଖିବାକୁ ମିଳିଥିଲା । ପୋଲିସ୍ କହିବାନୁଯାୟୀ, ପୀଡିତାଙ୍କ ବେକରେ ଓଢ଼ଣୀ ଗୁଡ଼ାଯାଇଥିଲା ଏବଂ ପୀଡିତାଙ୍କ ହାତରେ ମେହେନ୍ଦି ଲାଗିଥିଲା । ଯାହାକୁ ପୋଲିସ ସନ୍ଦେହ କରୁଛି ଯେ ନରୱାଲଙ୍କୁ  ଓଢ଼ଣୀରେ ହତ୍ୟା କରାଯାଇ ଥାଇପାରେ । ପୋଲିସ ପୋଷ୍ଟମର୍ଟମ୍ ପାଇଁ ତାଙ୍କ ମୃତଦେହକୁ ପିଜିଆଇଏମଏସ୍ ରୋହତକକୁ ପଠାଇଥିଲା । ହତ୍ୟାକାରୀଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ସହ ଘଟଣାର ଏସ୍‌ଆଇଟି ତଦନ୍ତ ପାଇଁ ଦାବି କରିଛି କଂଗ୍ରେସ ।

Related Articles

Leave a Reply

Your email address will not be published. Required fields are marked *

Back to top button