ଆସନ୍ତାକାଲି ଓଡିଶା ଆସିବେ ଜେ ପି ନଡ୍ଡା, ବିଜେପି କାର୍ଯ୍ୟାଳୟରେ କରିବେ ମାନସ ମନ୍ଥନ

ଭୁବନେଶ୍ବର: ଆସନ୍ତାକାଲି ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ସଭାପତି ତଥା ସ୍ବାସ୍ଥ୍ୟମନ୍ତ୍ରୀ ଜେ ପି ନଡ୍ଡା। ସେଥିପାଇଁ ବିଜେପି କାର୍ଯ୍ୟାଳୟ ବେଶ ଚଳଚଞ୍ଚଳ ହୋଇ ଉଠିଛି। ନଡ୍ଡାଙ୍କର ଏହି ଗସ୍ତ ସରକାରୀ ହୋଇଥିଲେ ମଧ୍ୟ ସେ ରାଜ୍ୟ କାର୍ଯ୍ୟାଳୟରେ ବିଜେପି ମନ୍ତ୍ରୀ ବିଧାୟକ ଓ ନେତାଙ୍କ ସହିତ ସେ ଆଲୋଚନା କରିବେ। ଏ ନେଇ ରାଜ୍ୟ ବିଜେପି ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ନଡ୍ଡା ଆସନ୍ତାକାଲି ପୁରୀରେ ଆୟୋଜିତ ଜାତୀୟ ସ୍ବାସ୍ଥ୍ୟ ମିଶନର ଜାତୀୟ ଶିଖର ସମ୍ମିଳନୀରେ ଯୋଗ ଦେବେ। ଏଥିରେ ସମସ୍ତ ରାଜ୍ୟର ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଯୋଗ ଦେବେ। ଏଥିରେ ସ୍ବାସ୍ଥ୍ୟ ଜନିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯିବ। ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗ ଦେବେ।

Related Articles

Leave a Reply

Your email address will not be published. Required fields are marked *

Back to top button