ଆସନ୍ତାକାଲି ଦ୍ୱାଦଶ ପରୀକ୍ଷା ନିଷ୍ପତ୍ତି !

ନୂଆଦିଲ୍ଲୀ :  କରୋନା ଭିତରେ ଆସନ୍ତାକାଲି ଦ୍ୱାଦଶ ଓ ଅନ୍ୟ ପ୍ରବେଶିକା ପରୀକ୍ଷା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ ।  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ ।  ଏହି ବୈଠକରେ କେନ୍ଦ୍ରର ଆଉ ୩ ଜଣ ମନ୍ତ୍ରୀ ଯୋଗଦେବେ ।  ଶିକ୍ଷା, ମହିଳା ଓ ଶିଶୁ ବିକାଶ  ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ବୈଠକରେ ଯୋଗଦେବେ ।  ଏହାଛଡ଼ା ଭିସି ମାଧ୍ୟମରେ ରାଜ୍ୟର ଶିକ୍ଷା ମନ୍ତ୍ରୀ ଓ ସଚିବମାନେ ବି ବୈଠକରେ ଯୋଗଦେବେ ।  ଏନେଇ ସବୁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳକୁ ଶିକ୍ଷାମନ୍ତ୍ରୀ  ନିଶଙ୍କ ଚିଠି ଲେଖିଛନ୍ତି ।  ରାଜ୍ୟ ଶିକ୍ଷା ମନ୍ତ୍ରୀ, ଶିକ୍ଷା ସଚିବ ଓ ବିଭିନ୍ନ ଶିକ୍ଷା ବୋର୍ଡକୁ ନିଶଙ୍କ ଚିଠି ଲେଖିଛନ୍ତି ।  କିପରି ଦ୍ୱାଦଶ ଶ୍ରେଣୀ ଓ ଅନ୍ୟ ପ୍ରବେଶିକା ପରୀକ୍ଷା ହେବ ସେ ନେଇ ପ୍ରସ୍ତାବ ଦେବାକୁ ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଛି ।   ତେବେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ବୈଠକରେ ପିଲାଙ୍କ ସୁରକ୍ଷା ଦେଖି କିପରି ପରୀକ୍ଷା କରାଯିବ ସେନେଇ ଆଲୋଚନା ହେବ ।  ସିବିଏସଇ ଏନେଇ ଉପାୟ ଖୋଜୁଛି ବୋଲି ନିଶଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button