ଭୁବନେଶ୍ୱରରେ ପହଞ୍ôଚଲେ ଷୋଡ଼ଶ ଅର୍ଥ କମିଶନ, ଆଦିବାସୀ କଳାକୃତିରେ ଅଭିଭୂତ

ଭୁବନେଶ୍ୱର : ଚାରିଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଷୋଡ଼ଶ ଅର୍ଥ କମିଶନ ଭୁବନେଶ୍ୱରରେ ପହଞ୍ଚିଛନ୍ତି। କମିଶନ ଅଧ୍ୟକ୍ଷ ଓ ସଦସ୍ୟ ବୃନ୍ଦ ଅପରାହ୍ନରେ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ଓ କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରିଥିଲେ। ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ପରିଦର୍ଶନ ବେଳେ ବ୍ୟକ୍ତିଗତ ଆଭୂଷଣ କେନ୍ଦ୍ରରେ ଜନଜାତି ଅଳଙ୍କାର, ଗୋଡ଼ ଖଡୁ, ବାହୁଟି, ଅଣ୍ଟାସୂତା ମାଳିହାର ଆଦି ଦେଖିଥିଲେ। ଜନଜାତି ହସ୍ତତନ୍ତ, ବ୍ୟକ୍ତିଗତ ଆସବାବପତ୍ର, ଡୋକ୍ରା ଶିଳ୍ପ ଏବଂ ବିଭିନ୍ନ ଚିତ୍ରକଳା ଦେଖି ଅଭିଭୂତ ହୋଇଥିଲେ। ପ୍ରେକ୍ଷାଳୟରେ ଆଦିମ ଜନଜାତିଙ୍କ ସଂସ୍କୃତି, ପରମ୍ପରା, ଜୀବନଯାପନ ଶୈଳୀକୁ ନେଇ ପ୍ରସ୍ତୁତ ବୃତ୍ତଚିତ୍ର ଦେଖିଥିଲେ। ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟଙ୍କ ଦୁନିଆ, ଜନଜାତି ଗୃହ ପୁଞ୍ଜ ଦେଖି ଖୁସିବ୍ୟକ୍ତ କରିଥିଲେ। ରାଜ୍ୟ ସରକାରଙ୍କ ପ୍ରୟାସରେ କରାଯାଉଥିବା ଜନଜାତିଙ୍କ ସରଂକ୍ଷଣକୁ ମଧ୍ୟ ପ୍ରଶଂସା କରିଥିଲେ। ପରେ କଳିଙ୍ଗ ଷ୍ଟାଡିୟମ ପରିଦର୍ଶନରେ ଯାଇଥିଲେ। ଏହି ପରିଦର୍ଶନ ସମୟରେ ସ୍ପୋର୍ଟସ ସାଇନ୍ସ ସେଣ୍ଟର, ବାୟୋ ମେକାନିକ୍ସ ଲ୍ୟାବ୍‌, ଗେଟ୍ ଲ୍ୟାବ୍‌, ସ୍ପିନ ଷ୍ଟୁଡିଓ, ପାରା ଆଥଲେଟ ପରଫରମାନ୍ସ ସେଣ୍ଟର୍‌, ଟେନିସ ସେଣ୍ଟର୍‌, ଆଥଲେଟିକ୍ସ ସେଣ୍ଟର୍‌, ହକି ଷ୍ଟାଡିୟମ୍‌, ଜିମ୍ନାଷ୍ଟିକ୍ କେନ୍ଦ୍ର , ସନ୍ତରଣ କେନ୍ଦ୍ର, ଗୋପୀଚାନ୍ଦ ବ୍ୟାଡମିଣ୍ଟନ୍ ହାଇପରଫରମାନ୍ସ ସେଣ୍ଟର ବୁଲି ଦେଖିଥିଲେ। ଏହି ଗସ୍ତ ସମୟରେ ଅର୍ଥ କମିଶନ ଅଧ୍ୟକ୍ଷ ଡକ୍ଟର ଅରବିନ୍ଦ ପାନାଗରିୟା, ଅଜୟ ନାରାୟଣ ଝା, ଆନ୍ନି ଜର୍ଜ ମାଥ୍ୟୁ, ଡକ୍ଟର ମନୋଜ ପଣ୍ଡା, ଅର୍ଥନୈତିକ ଉପଦେଷ୍ଟା ଡ. ପ୍ରଶାନ୍ତ କୁମାର ପଣ୍ଡା, ଯୁଗ୍ମ ନିର୍ଦ୍ଦେଶକ ପ୍ରିୟା ସରାଫ, ଉପ ନିର୍ଦ୍ଦେଶକ ମାନସୀ ଗୁପ୍ତା ଓ ଶିଖା ସିଂହ, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, କ୍ରୀଡ଼ା ଓ ଯୁବ ସେବା ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା, ଲିଆସେନିଙ୍ଗ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତାକାଲି ଧଉଳି ଗ୍ରାମ ପଞ୍ଚାୟତ, କୋଣାର୍କ, ପୁରୀ ଗସ୍ତରେ ଅର୍ଥ କମିଶନ ଯିବେ।

Related Articles

Leave a Reply

Your email address will not be published. Required fields are marked *

Back to top button