ନିମ୍ନମାନର ଖାଦ୍ୟ ଖାଇ ୨୨ରୁ ଉର୍ଦ୍ଧ୍ୱ ଛାତ୍ରୀ ଅସୁସ୍ଥ

ଭୁବନେଶ୍ବର : କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରୀ ନିବାସରେ ନିମ୍ନମାନର ଖାଦ୍ୟ ଖାଇ ୨୨ ରୁ ଉର୍ଦ୍ଧ୍ୱ ଅନ୍ତେବାସୀ ଅସୁସ୍ଥ ହୋଇ ପଡ଼ିଛନ୍ତି । ଅସୁସ୍ଥ ଛାତ୍ରୀମାନଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଉଦ୍ଧାର କରି ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ମଙ୍ଗଳବାର ପୂର୍ବାହ୍ଣରେ ଏହି ଘଟଣା ଘଟିଥିବା ବେଳେ ଚିକିତ୍ସା ପରେ ସମସ୍ତ ଛାତ୍ରୀ ଛାତ୍ରୀ ନିବାସକୁ ଫେରିଥିବା ଜଣାପଡ଼ିଛି । ନିମ୍ନମାନର ଓ ବାସି ଖାଦ୍ୟ ଖାଇ ଅନ୍ତେବାସୀଙ୍କ ଦେହ ଅସୁସ୍ଥ ହୋଇ ପଡ଼ିଥିବା ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅନ୍ୟପଟେ ନିମ୍ନମାନର ଖାଦ୍ୟ ପେୟ ଦିଆଯାଉଥିବା ଅସୁସ୍ଥ ଛାତ୍ରୀମାନେ ଅଭିଯୋଗ ଆଣିଛନ୍ତି। ସୂଚନା ମୁତାବକ, ଖାଦ୍ୟ ସାରଣୀ ଅନୁଯାୟୀ ମଙ୍ଗଳବାର ପୂର୍ବାହ୍ଣରେ ଅନ୍ତେବାସୀଙ୍କୁ ଖାଦ୍ୟରେ ଉପମା ଓ ଡାଲମା ତରକାରୀ ଦେବା ପାଇଁ ନିୟମ ରହିଥିବା ବେଳେ ଦାୟିତ୍ୱରେ ଥିବା ଅଧିକାରୀ ଏହାକୁ ଉଲ୍ଲଘଂନ କରି ବାସି ପଖାଳ ଆଉ ମଟର ତରକାରୀ ଖାଇବାକୁ ଦେଇଥିଲେ। ଅନ୍ତେବାସୀମାନେ ତାହା ଖାଇ ବିଦ୍ୟାଳୟକୁ ଯାଇଥିବା ବେଳେ କେତେକ ଛାତ୍ରୀଙ୍କ ମୁଣ୍ଡ ବୁଲାଇବା ସହିତ ବାନ୍ତି ହୋଇଥିଲା ଏବଂ ପେଟରେ ଗଭୀର ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଆଉ କେତେକଙ୍କୁ ଜ୍ୱର ମଧ୍ୟ ଆସିଥିଲା। ବିଦ୍ୟାଳୟ କର୍ତ୍ତୃପକ୍ଷ ଏହା ଜାଣିବା ପରେ ସଙ୍ଗେ ସଙ୍ଗେ ୨୨ରୁ ଅଧିକ ଛାତ୍ରୀଙ୍କୁ ଚିକିତ୍ସା ନିମନ୍ତେ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଣି ଭର୍ତ୍ତି କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button