ଆସୁଛି ଆଉ ଏକ ବାତ୍ୟା, ଓଡ଼ିଶା ଉପରେ ପଡ଼ିପାରେ ପ୍ରଭାବ

ଭୁବନେଶ୍ୱର: କରୋନା ସମୟରେ ତାଉତେ ପରେ ଆଉ ଏକ ବାତ୍ୟା ମାଡ଼ି ଆସୁଛି ।  ଯଦିଓ ତାଉତେର ପ୍ରଭାବ ଓଡ଼ିଶା ଉପରେ ପଡ଼ିନାହିଁ ତେବେ ଆଗକୁ ଆସୁଥିବା ବାତ୍ୟାର ପ୍ରଭାବ ଓଡ଼ିଶା  ସମେତ ପଶ୍ଚିମବଙ୍ଗ ଉପରେ ପଡ଼ିବାର ସମ୍ଭାବନା ରହିଛି ।  ଏନେଇ ଆଇଏମଡି ଡିଜି ମୃତ୍ୟଞ୍ଜୟ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ, ଆସନ୍ତା ୨୨ ତାରିଖରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ୨୨ ପରେ ଘନୀଭୂତ ହୋଇ ଏହା ବାତ୍ୟାର ରୂପ ନେବ ।  ଏହାର ପ୍ରଭାବ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପରେ ପଡ଼ିପାରେ ।  ୨୫ରୁ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହୋଇପାରେ । ପ୍ରକାଶ ଯେ, ମେ ୨୩ରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ନେଇ ଭୁବନେଶ୍ୱରସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଥିଲା ।

ପୂର୍ବରୁ ଏନେଇ ଭୂବିଜ୍ଞାନ ମନ୍ତ୍ରଣାଳୟର ସଚିବ ମାଧବନ ରାଜୀବନ ଟ୍ୱିଟ କରି ସୂଚନା ଦେଇଥଲେ । ୨୪ କିମ୍ବା ୨୫ ବେଳକୁ ଏହା ହେବ ବୋଲି ସାଇକ୍ଲୋନ ସେଂଟରର ମୁଖ୍ୟ ରାଜେନ୍ଦ୍ର ଜେନା ପ୍ରକାଶ କରିଥିଲେ । ସୂଚନାଯୋଗ୍ୟଯେ, ବାତ୍ୟା ତାଉତେ ପାଇଁ ଅନେକ କ୍ଷୟକ୍ଷତି ହୋଇଛି  । କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର ସହ ଗୁଜୁରାଟ ବି କ୍ଷତିଗ୍ରସ୍ତ ହୋଇଛି । ଅପରପକ୍ଷରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ନିଶ୍ଚିତ ହୋଇଯାଇଛି  । ତେବେ ଏହା ବାତ୍ୟାର ରୂପ ନେବକି ନାହିଁ, ଏହା କେଉଁ ଦିଗରେ ଗତିକରିବ ସେନେଇ ପାଣିପାଗ ବିଭାଗ ଅନୁଶୀଳନ କରୁଛି  ।

Related Articles

Leave a Reply

Your email address will not be published.

Back to top button