ଭାରତୀୟ ଖଣି, ଖଣିଜ ପଦାର୍ଥ ଓ ବସ୍ତୁ ସୋସାଇଟି ଆନ୍ତର୍ଜାତିକ ସମ୍ମିଳନୀର ଉଦଘାଟନୀ ସମାରୋହ
ଭୁବନେଶ୍ୱର : ଭାରତୀୟ ଖଣି, ଖଣିଜ ଓ ବସ୍ତୁ ସୋସାଇଟି ଓ ଭାରତୀୟ ଖଣିଜ ପଦାର୍ଥ ଅନୁଷ୍ଠାନ ଭୁବନେଶ୍ବର ଶାଖାର ମିଳିତ ଆନୁକୂଲ୍ୟରେ ଗତ ୨୨ ତାରିଖରେ ସିଏସଏସଆଇ-ଆଇଏମଏମଟି ପ୍ରେକ୍ଷାଳୟରେ ବରିଷ୍ଠ ବୈଜ୍ଞାନିକ ଓ ବିଶ୍ବର ବିଭିନ୍ନ ଦେଶରୁ ଆସିଥିବା କମ୍ପାନୀ ପ୍ରତିନିଧିଙ୍କ ଉପସ୍ଥିତିରେ (IC4m-2025) ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନୀ ଉତ୍ସବରେ ଏସଆର ମିନପେଟର ମୁଖ୍ୟ ଶଶାଙ୍କ ଶେଖର ମହାନ୍ତି ମୁଖ୍ୟଅତିଥି, ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଆରସେଲ ମିତ୍ତଲ ଓ ନିପନ ଷ୍ଟିଲର ନିର୍ଦ୍ଦେଶକ ଶ୍ରୀ ଭାନ ଗେରଭେନ, ଆଇଏମଏମଟିର ନିର୍ଦ୍ଦେଶକ ଡଃ ରାମାନୁଜ ନାରାୟଣ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମାନବ ସମାଜ ପାଇଁ ଖଣି, ଖଣିଜ ପଦାର୍ଥ, ଧାତୁ ପଦାର୍ଥ ଇତ୍ୟାଦି ଏକ ଅପରିହାର୍ଯ୍ୟ ପଦାର୍ଥ ବୋଲି କହିବା ସହିତ ବିଶ୍ବ ପରିବେଶ ଓ ଜଳବାୟୁ ପରିବର୍ତ୍ତନକୁ ସନ୍ତୁଳିତ କରି ଏହି ଏହି ସବୁ ପଦାର୍ଥର ସୁବିନିଯୋଗ କରିବା ଉଚିତ ବୋଲି ଅତିଥିମାନେ ମତ ଦେଇଥିଲେ। ଏହି ଉଦଘାଟନୀ ସମାରୋହରେ କମିଟିର ଅଧ୍ୟକ୍ଷ ଡଃ ବିଜୟ କୁମାର ଶତପଥୀ ଅତିଥିମାନଙ୍କ ପରିଚୟ ପ୍ରଦାନ ଓ ସ୍ୱାଗତ ସମ୍ବାଷଣ ଦେବା ସ୍ଥଳେ ଡଃ ସୁରେନ୍ଦ୍ର ବିଶ୍ୱାଳ ଆନ୍ତର୍ଜାତିକ ସମ୍ମିଳନୀ ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ। ୨୨-୨୪ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ହେବାକୁ ଥିବା ଏହି ସମ୍ମିଳନୀରେ ଦେଶ ଓ ବିଦେଶରୁ ପ୍ରାୟ ୬୦୦ ରୁ ଊର୍ଦ୍ଧ୍ୱ ଶିଳ୍ପଦ୍ୟୋଗୀମାନଙ୍କ ପ୍ରତିନିଧି ଓ ବିଭିନ୍ନ ଅନୁସନ୍ଧାନ ପ୍ରୟୋଗଶାଳା ଅନୁଷ୍ଠାନରୁ ଆସିଥିବା ବୈଜ୍ଞାନିକମାନେ ଯୋଗ ଦେଇଥିଲେ।
ଏହି ଉଦଘାଟନୀ ସମାରୋହରେ ସଂଗଠନ ସମ୍ପାଦକ ଡଃ ଅଶୋକ ସାହୁ ଧନ୍ୟବାଦ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଏକ ପ୍ରଦର୍ଶନୀ ଆୟୋଜନ କରାଯିବା ସହିତ ସନ୍ଧ୍ୟାରେ ହୋଟେଲ ମେ ଫେୟାର କନଭେନସନ, ଭୁବନେଶ୍ୱରଠାରେ ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶିଳ୍ପଦ୍ୟୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ ଆନ୍ତର୍ଜାତିକ ସମ୍ମିଳନୀ ପାଇଁ ଯେଉଁ ଶିଳ୍ପ ସଂସ୍ଥାମାନେ ସହଯୋଗର ହାତ ବଢ଼ାଇଛନ୍ତି ସେମାନଙ୍କୁ ମାନପତ୍ର ଓ ଫଳକ ପ୍ରଦାନ କରାଯାଇଥିଲା। ପ୍ଲାଟିନମ୍ ସ୍ପନସର ପାଇଁ ଲଏଡ ମେଟାଲ, ଓରିଥିନ କମ୍ପାନୀ ଡାଇମଣ୍ଡ ପାଇଁ ଆରସେଲର ମିତ୍ତଲ ନିପ୍ପନ ଷ୍ଟିନ ଓ କୋପେରନ କମ୍ପାନୀ ଗୋଲ୍ଡ ପାଇଁ ବାଲଡୋଟା କମ୍ପାନୀ ଏବଂ ସିଲଭର ପାଇଁ ଜିମଟେକ୍ସ, ଗାଲାଣ୍ଟ ଟିଏମଟି ବାର, ଜିନ୍ଦଲ ଷ୍ଟେନଲେସ ଷ୍ଟିଲ ଏସ ଆର ରୁଙ୍ଗଟା ଗ୍ରୁପ ଓ ବେଦାନ୍ତ କମ୍ପାନୀର ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହାକୁ ପରିଚାଳନା କରିଥିଲେ ସିଏସଆଇଆର ଏବଂ ଆଇଏମଏମଟି ଭୁବନେଶ୍ବର ଖଣିଜ ପଦାର୍ଥ ପ୍ରୋସେସିଙ୍ଗ ବିଭାଗର ମୁଖ୍ୟ ତଥା ବୈଜ୍ଞାନିକ ଡ଼ ପ୍ରଭାସ ଚନ୍ଦ୍ର ବେଉରିଆ।