ଭାରତୀୟ ଖଣି, ଖଣିଜ ପଦାର୍ଥ ଓ ବସ୍ତୁ ସୋସାଇଟିର ଆନ୍ତର୍ଜାତିକ ସମ୍ମିଳନୀ

ଭୁବନେଶ୍ୱର: ଚଳିତ ମାସ ୨୨ ତାରିଖ ଦିନ ୯ଟାରେ ଭାରତୀୟ ଖଣି, ଖଣିଜ ପଦାର୍ଥ ଓ ବସ୍ତୁ ସୋସାଇଟି ଏବଂ ଖଣିଜ ପଦାର୍ଥ ଯାନ୍ତ୍ରିକ ଅନୁଷ୍ଠାନ, ଭୁବନେଶ୍ୱର ଚାପ୍ଟରର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ସିଏସଆଇଆର-ଆଏମଏମଟି ଆଚାର୍ଯ୍ୟ ବିହାର ସମ୍ମିଳନୀ କକ୍ଷରେ ଆନ୍ତର୍ଜାତିକ ସମ୍ମିଳନୀ ଉଦ୍‌ଘାଟିତ ହୋଇଯାଇଛି। ଏହି ସମ୍ମିଳନୀର ଅବ୍ୟବହିତ ପୂର୍ବରୁ ଚଳିତ ମାସ ଗତ ୨୧ ତାରିଖ ଅପରାହ୍ଣ ୩ଟାରେ ଆଏମଏମଟି ଭୁବନେଶ୍ୱର ନିର୍ଦ୍ଦେଶକଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ନିର୍ଦ୍ଦେଶକ ଡଃ. ରାମାନୁଜ ନାରାୟଣ ଚଳିତ ମାସ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ସମ୍ମିଳନୀ ସମ୍ପର୍କରେ ବିଶଦ୍ ଭାବେ ବର୍ଣ୍ଣନା କରିଥିଲେ। ବିଶ୍ୱ ଜନସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇଥିବାରୁ ଓ ମାନବ ସମାଜ ପାଇଁ ଖଣି ଓ ଖଣିଜ ପଦାର୍ଥ ଏକ ଅପରିହାର୍ଯ୍ୟ ବସ୍ତୁ ଭାବେ ବ୍ୟବହାର ହେଉଥିବାରୁ ଏବଂ ଏହା ଧୀରେ ଧୀରେ କ୍ଷୟ ହେବାକୁ ଯାଉଥିବାରୁ ଏହାକୁ ସଂରକ୍ଷଣ ରଖି ଯାନ୍ତ୍ରିକ କୌଶଳ ବ୍ୟବହାର କରି ବିଶ୍ୱରେ ପରିବେଶକୁ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ତାପମାତ୍ରା ଓ ଜଳବାୟୁ ପରିବର୍ତ୍ତନକୁ ସନ୍ତୁଳିତ ଅବସ୍ଥାରେ ରଖିବା ପାଇଁ ଭାରତୀୟ ଖଣି, ବସ୍ତୁ ଓ ଖଣିଜ ପଦାର୍ଥ ବିଭାଗ ଏକ ଅଗ୍ରଣୀ ଯୋଦ୍ଧା ଭାବେ କାର୍ଯ୍ୟ କରୁଛି ବୋଲି କମିଟିର ଅଧ୍ୟକ୍ଷ ଡଃ. ବିଜୟ କୁମାର ଶତପଥି ପ୍ରକାଶ କରିଥିଲେ।

ଉକ୍ତ ସମ୍ମିଳନୀରେ ଦେଶବିଦେଶରୁ ପ୍ରାୟ ୬୫୦ ଜଣ ପ୍ରତିନିଧି ଯୋଗଦେଇ ସେମାନଙ୍କର ମତାମତ ଦେବା ସହିତ ୬୦ ଜଣ ଉଚ୍ଚ କ୍ଷମତା ସମ୍ପନ୍ନ ବ୍ୟକ୍ତି ଯୋଗଦେଇ ଖଣି, ଖଣିଜ ପଦାର୍ଥ ଓ ବସ୍ତୁ ସମ୍ପର୍କରେ ବିଶ୍ୱକୁ ବିଭିନ୍ନ ସାରଗର୍ଭକ ବାର୍ତ୍ତା ଦେବେ ବୋଲି କମିଟିର ଉପାଧ୍ୟକ୍ଷ ଡଃ ସୁରେନ୍ଦ୍ର କୁମାର ବିଶ୍ୱାଳ କହିଥିଲେ। ଏହି ସମ୍ମିଳନୀରେ ଦେଶବିଦେଶରୁ ପ୍ରାୟ ପ୍ରମୁଖ ଶିଳ୍ପଦ୍ୟୋଗୀ ଯଥା ଟାଟା, ନିପନ ଷ୍ଟିଲ୍‌, ମିତ୍ତଲ, ଜେଏସ୍‌ଡବ୍ଲ୍ୟୁ ଓ ଅନ୍ୟମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଲୋକମାନଙ୍କ ମଧ୍ୟରେ ଖଣି, ଖଣିଜ ପଦାର୍ଥ ଓ ବସ୍ତୁ ବିଜ୍ଞାନ ସମ୍ବନ୍ଧୀୟ ସଚେତନତା ପାଇଁ ଏକ ବିଜ୍ଞାନ ରଥ ୨୦୨୫ ମସିହା ଫେବୃୟାରୀ ପ୍ରଥମ ସପ୍ତାହରୁ ଓଡ଼ିଶା ଭୁବନେଶ୍ୱରରୁ ବାହାରି ଖଣିପ୍ରବଣ ଜିଲ୍ଲା ତଥା ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ପ୍ରଭୃତି ରାଜ୍ୟ ପରିକ୍ରମା କରି ପୁଣି କେନ୍ଦୁଝର ଦେଇ ଭୁବନେଶ୍ୱରରେ ପହଞ୍ଚିବ ବୋଲି ଆଇଏମଏମଟି ଭୁବନେଶ୍ୱରର ଖଣିଜ ପଦାର୍ଥ ପ୍ରୋସେସିଙ୍ଗ୍ ବିଭାଗର ମୁଖ୍ୟ ତଥା ବୈଜ୍ଞାନିକ ଡଃ ପ୍ରଭାସ ଚନ୍ଦ୍ର ବେଉରିଆ ପ୍ରକାଶ କରିଥିଲେ। ଉକ୍ତ ସମ୍ମିଳନୀକୁ ଶୃଙ୍ଖଳିତ ଓ ସଂଗଠିତ ଭାବେ ସମ୍ପୂର୍ଣ୍ଣ କରିବା ପାଇଁ କମିଟିର ସାଂଗଠନିକ ସମ୍ପାଦକ ଡଃ ଅଶୋକ କୁମାର ସାହୁ ଏବଂ କୋଷାଧ୍ୟକ୍ଷ ନୃସିଂହ ଚୌଧୁରୀଙ୍କୁ ଦାୟିିତ୍ୱ ଦିଆଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button