ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ; ସଞ୍ଜୟ ରାୟ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ଆରଜି କର ମେଡିକାଲ ମାମଲାରେ ସଞ୍ଜୟ ରାୟ ଶନିବାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସଞ୍ଜୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ‘ଅଭୟା’ ମାମଲାରେ ସଞ୍ଜୟକୁ ଦୋଷୀ ସାବ୍ୟସ୍ତ କଲେ ପଶ୍ଚିମବଙ୍ଗ ସିଆଲଦା କୋର୍ଟ । ଆସନ୍ତା ୨୦ ତାରିଖରେ ସଞ୍ଜୟ ରାୟକୁ ଦଣ୍ଡ ଶୁଣାଇବେ କୋର୍ଟ। ସୂଚନା ଯୋଗ୍ୟ, ଅଗଷ୍ଟ ୯ ତାରିଖରେ ସହରର ଉତ୍ତର ଭାଗରେ ଥିବା ଏହି ସରକାରୀ ହସ୍ପିଟାଲରେ ସ୍ନାତକୋତ୍ତର ତାଲିମପ୍ରାପ୍ତ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଏହି ଜଘନ୍ୟ ଅପରାଧ ଘଟାଇଥିବା ସଞ୍ଜୟ ବିରୋଧରେ ଅଭିଯୋଗ ହୋଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button