ଆଣ୍ଡ୍ରି ମେଜା ହେଲେ ବ୍ରହ୍ମାଣ୍ଡ ସୁନ୍ଦରୀ, ଭାରତର ଆଡ୍‌ଲିନ୍‌ କାଷ୍ଟିଲିନୋ ଚତୁର୍ଥ

ନୂଆଦିଲ୍ଲୀ: ଚଳିତ ବର୍ଷର ବ୍ରହ୍ମାଣ୍ଡ ସୁନ୍ଦରୀ ଭାବେ ମେକ୍ସିକୋର ସୁନ୍ଦରୀ ଆଣ୍ଡ୍ରି ମେଜାଙ୍କୁ ସୋମବାର ଫ୍ଲୋରିଡ଼ା ଠାରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ମୁକୁଟ ମଣ୍ଡିତ କରାଯାଇଛି। ମହାମାରୀ କୋଭିଡ୍‌ ପାଇଁ ଗତବର୍ଷ ଏହି ପ୍ରତିଯୋଗିତା ବନ୍ଦ ଥିବା ବେଳେ ପୂର୍ବ ବର୍ଷ(୨୦୧୯)ର ବ୍ରହ୍ମାଣ୍ଡ ସୁନ୍ଦରୀ ଦକ୍ଷିଣ ଆଫ୍ରିକୀୟ ଜୋଜିବିନି ଜୁନ୍‌ଜି ମଞ୍ଚ ଉପରେ ଉପସ୍ଥିତ ରହି ୨୦୨୧ ମସିହା ପାଇଁ ସୌନ୍ଦର୍ଯ୍ୟ ମୁକୁଟକୁ ମେଜାଙ୍କ ମସ୍ତକରେ ପିନ୍ଧାଇଥିଲେ। ଅନ୍ୟ ୭୩ ଜଣ ପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରବେଶ କରିଥିବା ବ୍ରାଜିଲ ସୁନ୍ଦରୀ ଜୁଲିଆ ଗାମା(ଦ୍ବିତୀୟ ସ୍ଥାନ) ଓ ପେରୁ ସୁନ୍ଦରୀ ଜାନିକ୍‌ ମାସେଟା(ତୃତୀୟ ସ୍ଥାନ)ଙ୍କୁ ପଛରେ ପକାଇ ସଫ୍ଟୱେର୍‌ ଇଂଜିନିୟରିଂ ଡିଗ୍ରିଧାରିଣୀ ମେଜା ଏହି ବିରଳ ଗୌରବର ଅଧିକାରିଣୀ ହୋଇପାରିଛନ୍ତି। ଅପରପକ୍ଷେ, ଏହି ୬୯ତମ ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାର ଅନ୍ୟତମ ଦାବିଦାର ଥିବା ଭାରତ ସୁନ୍ଦରୀ ଆଡ୍‌ଲିନ୍‌ କାଷ୍ଟିଲିନୋଙ୍କୁ ଅନ୍ୟତମ ପ୍ରତିଯୋଗୀ ଡୋମିନିକାନ୍‌ ରିପବ୍ଳିକ୍‌ ସୁନ୍ଦରୀ କିମ୍ବର୍ଲି ପେରେଜ୍‌ଙ୍କ ସହ ଚତୁର୍ଥ ସ୍ଥାନରେ ରହି ମିଳିତ ଭାବେ ତୃତୀୟ ଉପବିଜେତା ଭାବେ ସନ୍ତୁଷ୍ଟ ହେବାକୁ ପଡ଼ିଛି।

Related Articles

Leave a Reply

Your email address will not be published.

Back to top button