ଡିଜି ଲକର ବ୍ୟବସ୍ଥା ଆରମ୍ଭ କଲା ମାଧ୍ୟମିକ ଶିକ୍ଷା ପରିଷଦ

ଭୁବନେଶ୍ବର: ପ୍ରଶ୍ନପତ୍ର ଲିକ୍‌ ରୋକିବ ଡିଜି ଲକର। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି। ଆସନ୍ତା୧୭ ତାରିଖରେ ଓଡ଼ିଶା ମାଧ୍ୟମିକ ଶିକ୍ଷକ ଯୋଗ୍ୟତା ପରୀକ୍ଷା  ପ୍ରଥମ ଥର ପାଇଁ ଡିଜି ଲକର ବ୍ୟବହାର ହେବ। ପ୍ରଥମେ ୧୮୩ ଟି ପରୀକ୍ଷା କେନ୍ଦ୍ରରେ ଲାଗିବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। ସୂଚନାନୁଯାୟୀ, ଗୋଟିଏ ଲକରର ଭଡା ୫୨୦୦ ଟଙ୍କା ରହିଛି। ପ୍ରଶ୍ନପତ୍ର ନିଆଯାଉଥିବା ବାକ୍ସରେ ଏହି ଡିଜି ଲକର ବ୍ୟବହାର କରାଯିବ। ଏହାଦ୍ଵାରା ପ୍ରଶ୍ନପତ୍ର ଯାଉଥିବା ବାକ୍ସର ଲୋକେସନ୍ କୁ ଜାଣିହେବ। ଏମିତିକି ବାକ୍ସ ଖୋଲିବା ପାଇଁ କୋଡ ମଧ୍ୟ ଦେବାକୁ ପଡ଼ିବ। ଏହାଦ୍ଵାରା ପ୍ରଶ୍ନପତ୍ରକୁ ଭାଇରାଲ୍ ହେବାକୁ ରୋକାଯାଇ ପାରିବ। ଯଦି ଏଥିରେ ସଫଳତା ମିଳେ ତେବେ ଆଗାମୀ ଦିନରେ ଏହି ଡିଜି ଲକରକୁ ବୋର୍ଡ ପରୀକ୍ଷାରେ ବ୍ୟବହାର କରାଯାଇ ପାରେ ବୋଲି ସୂଚନା ଦେଇଛନ୍ତି ବୋର୍ଡ ଉପସଭାପତି।

Related Articles

Leave a Reply

Your email address will not be published. Required fields are marked *

Back to top button