ବିଧାନସଭା ପରିସରରେ ବାଗ୍ନୀ ବିଶ୍ବନାଥ କରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଭୁବନେଶ୍ବର: ଓଡ଼ିଶା ବିଧାନସଭା ପରିସର ରେ ବାଗ୍ମୀ ବିଶ୍ୱନାଥ କର ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି। ଏହାକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନିକଟରେ ବାଚସ୍ପତି ସୁରମା ପାଢୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ, ଆଇନ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏବଂ ବିଧାୟକ ବୃନ୍ଦ ଉପସ୍ଥିତ ଥିଲେ। ବାଗ୍ନୀ ବିଶ୍ବନାଥ ୧୮୬୪ ମସିହା ଆଜିର ଦିନରେ କଟକ ଜିଲ୍ଲାର ମାହାଙ୍ଗା ନିକଟସ୍ଥ ମୂଳବସନ୍ତ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ଓ ବିକାଶ ଲାଗି ପ୍ରତିଷ୍ଠା ହୋଇଥିବା ସର୍ବପ୍ରାଚୀନ ସାରସ୍ୱତ ଅନୁଷ୍ଠାନ “ଉତ୍କଳ ସାହିତ୍ୟ ସମାଜ‘’ର ସେ ଥିଲେ ପ୍ରଥମ ପ୍ରତିଷ୍ଠାତା ସଂପାଦକ। ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବେ ସେ ଭାରତୀୟ ଜାତୀୟ କଂଗ୍ରେସରେ ସେ ଯୋଗଦାନ କରିଥିଲେ । ବିହାର ଓ ଓଡ଼ିଶା ବ୍ୟବସ୍ଥାପକ ସଭାକୁ ସେ ପ୍ରତିନିଧି ଭାବରେ ଯାଇଥିଲେ । ଓଡ଼ିଶା-ବିହାର କାଉନ୍‍ସିଲର ସଭ୍ୟ ଥିବା ସମୟରେ ବ୍ୟବସ୍ଥାପକ ସଭାରେ ସେ ନିଜ ମାତୃଭାଷା ଓଡ଼ିଆରେ ଭାଷଣ ଦେଇଥିଲେ । ତାଙ୍କର ଜନ୍ମ ଦିବସରେ ଏହି ପ୍ରତିମୂର୍ତ୍ତି ଉନମୋଚିତ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button