ମାଟିଆ ଗାଁରୁ ୨୨ କରୋନା ପଜିଟିଭ ଚିହ୍ନଟ

ରାଜକନିକା: କରୋନା ଭାଇରସ୍ କୋଭିଡ-୧୯ର ୨ୟ ପର୍ଯ୍ୟାୟ ଚାଲିଛି । କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ଜାଗୁଳାଇପଡା ଗ୍ରାମ ପଞ୍ଚାୟତର ମାଟିଆ ଗାଁ ରେ ୨୨,୨୩ନମ୍ବର ୱାର୍ଡର୨୨ଜଣଙ୍କର କରୋନା ପଜିଟିଭ ବାହାରିଛି। ସେହି ଗାଁ କୁ କନିକା ତହସିଲଦାର ପ୍ରେମାନନ୍ଦ ବେହେରା, ରାଜକନିକା ବ୍ଲକର ବିଡିଓ ଅଶୋକ କୁମାର ମହାନ୍ତି, ରାଜକନିକା ଥାନାର ନୁତନ ଆଇଆଇସି ଉମାକାନ୍ତ ନାୟକ, ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଡାକ୍ତର ବିବେକ୍ ସାରଙ୍କ ସହିତ ସମସ୍ତ ଡାକ୍ତରୀ କର୍ମଚାରୀ ମାନେ ଉପସ୍ଥିତ ଥିଲେ ଏବଂ ଓଡିଶା ରାଜ୍ୟ ସରକାରଙ୍କ କୋଭିଡ୍ ୧୯ ର ନିୟମ ଅନୁସାରେ କେନ୍ଦ୍ରାପଡା ଜିଲ୍ଲାର ଜିଲ୍ଲାପାଳ ଶ୍ରୀ ଅମୃତ ଋତୁରାଜ କଂର ନିର୍ଦ୍ଦେଶାନୁସାରେ ୭ଦିନିଆ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି । ଘଟଣା ସ୍ଥଳରେ ଜାଗୁଳାଇପଡା ଗ୍ରାମ ପଞ୍ଚାୟତର ସରପଞ୍ଚ ବର୍ଷାରାଣୀ ନାୟକ ଏବଂ ତାଙ୍କ ପ୍ରତିନିଧୀ ବସନ୍ତ କୁମାର ନାୟକ ଉପସ୍ଥିତ ରହି ଉକ୍ତ ଗାଁ କୁ ସିଲ କରିଥିଲେ ଓ ଉକ୍ତ ମାଟିଆ ଗାଁ କୁ ସମସ୍ତ ପ୍ରକାର ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ପନିପରିବା, ମାଛ ମାଂସ, ଅଣ୍ଡା, ଖିର, ଔଷଧ ଆଦି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ରାଜକନିକା ବ୍ଲକ ପ୍ରଶାସନ ପକ୍ଷରୁ ୭ଦିନିଆ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି।

Related Articles

Leave a Reply

Your email address will not be published.

Back to top button