ଆସୁଛି ବାତ୍ୟା, ମେ’ ୧୬ରେ ମାଡ ହେବ

ନୂଆଦିଲ୍ଲୀ : ଗୋଟିଏ ପଟେ କରୋନା ସହ ଦେଶ ଲଢୁଥିବାବେଳେ ଅପରପକ୍ଷରେ ଚଳିତ ସପ୍ତାହରେ ବାତ୍ୟା ହେବାର ସମ୍ଭାବନା ରହିଛି  । ପାଣିପାଗ ବିଭାଗ ପକ୍ଷରୁ ଏଭଳି ଆକଳନ କରାଯାଇଛି  । ବିଭାଗର ଆକଳନ ଅନୁଯାୟୀ, ଆରବ ସାଗରରେ ଏକ ଲଘୁଚାପ ସୃଷ୍ଟିହୋଇଛି  । ମେ’ ୧୬ ବେଳକୁ ତାହା ବାତ୍ୟାର ରୂପ ନେବାର ଆଶଙ୍କା ରହିଛି  । ୨୦୨୧ର ପ୍ରଥମ ବାତ୍ୟା ସଂକ୍ରାନ୍ତରେ ଆକଳନ କରାଯାଇଛି  । ବାତ୍ୟାର ରୂପ ନେଲେ ଏହାର ନାମ ରହିବ ତଉକତେ  । ମିଆମାର ଏହାର ନାମକରଣ କରିଛି  । ହାର ପ୍ରଭାବରେ ଲାକ୍ଷାଦ୍ୱୀପ, କେରଳ, କର୍ଣ୍ଣାଟକ ଓ ତାମିଲନାଡୁରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି  ।

ଆସନ୍ତା ମେ’ ୧୪ରେ ଦକ୍ଷିଣ ପୂର୍ବ ଆରବ ସାଗରରେ ଲଘୁଚାପ ସୃଷ୍ଟି ହେବ  । ଏହା ଉତର ଉତରପଶ୍ଚିମ ଦିଗରେ ଗତି କରି ଲାକ୍ଷାଦ୍ୱୀପ ଅଂଚଳ ଆଡକୁ ଯିବ  । ମେ’ ୧୬ରେ ଏହା ବାତ୍ୟାର ରୂପ ନେବବୋଲି ଆକଳନ କରାଯାଇଛି  । ଏହାର ପ୍ରଭାବରେ ଗୋଆ ଓ ମହାରାଷ୍ଟ୍ରରେ ସମୁଦ୍ର ଅଶାନ୍ତ ରହିବ  । କେରଳ, ଗୋଆ, କର୍ଣ୍ଣାଟକ ଓ ମହାରାଷ୍ଟ୍ରର କେତେକ ଅଂଚଳରେ ୪୦ରୁ ୫୦ କମିି ବେଗରେ ପବନ ବହିବାର ଥିବାବେଳେ ୧ ମିଟର ଉଚ୍ଚତାର ଜୁଆର ଉଠିବାର ସମ୍ଭାବନା ରହିଛି  ।

Related Articles

Leave a Reply

Your email address will not be published.

Back to top button