ଦିନେ ଦୁଇ ଦିନ ଭିତରେ ହେବ ରତ୍ନଭଣ୍ଡାରର ମରାମତି : ଆଇନ ମନ୍ତ୍ରୀ

ଭୁବନେଶ୍ବର: ଦିନେ ଦୁଇ ଦିନ ଭିତରେ ରତ୍ନଭଣ୍ଡାରର ମରାମତି କାମ ଆରମ୍ଭ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜାନୁଆରି ୩୧ ସୁଦ୍ଧା ରତ୍ନଭଣ୍ଡାରର ମରାମତି ଓ ଗଣତିମଣତି କାମ ଶେଷ ହେବ। ତାପରେ ଅସ୍ଥାୟୀ ରତନଭଣ୍ଡାରୁ ଅଳଙ୍କାର ଅଣାଯାଇ ସୁରକ୍ଷିତ ପରିବେଶରେ ରଖାଯାଇ ଗଣତିମଣତି କରାଯିବ।  ରତ୍ନଭଣ୍ଡାର ଗଣତିମଣତି ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଆଗରୁ  କହିଥିଲେ, କାର୍ତ୍ତିକ ମାସରେ ଭକ୍ତଙ୍କ ପ୍ରବଳ ଭିଡ଼ ହେତୁ ଏଏସଆଇ  ରତ୍ନଭଣ୍ଡାରର ମରାମତି କାମ କରିପାରିନଥିଲା। ହେଲେ ଏବେ ମରାମତି କାମ ଆରମ୍ଭ ହେବ। ଏନେଇ ଏଏସଆଇ ପକ୍ଷରୁ ପ୍ରସ୍ତୁତି ସରିଛି। ମୁଁ ଆଶା କରୁଛି, ଜାନୁଆରି ଶେଷ ସୁଦ୍ଧା ସରିବ ରତ୍ନଭଣ୍ଡାର ଗଣତିମଣତି।

Related Articles

Leave a Reply

Your email address will not be published. Required fields are marked *

Back to top button