୨ ମାମଲାରେ ସବ୍ୟସାଚୀ ନିର୍ଦ୍ଦୋଷରେ ଖଲାସ

ଭୁବନେଶ୍ବର: ରାୟଗଡ଼ା ଜିଲ୍ଲା ଗୁଣପୁର ଏଡିଜେ କୋର୍ଟ ମାଓ  ନେତା ସବ୍ୟସାଚୀ ପଣ୍ଡାଙ୍କୁ ୨ଟି ମାମଲାରେ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ସାକ୍ଷ୍ୟ ପ୍ରମାଣ ଅଭାବରୁ କୋର୍ଟ ଉକ୍ତ ରାୟ ଶୁଣାଇଛନ୍ତି । କଡ଼ା ସୁରକ୍ଷା ମଧ୍ୟରେ ସବ୍ୟସାଚୀଙ୍କୁ  ଶୁକ୍ରବାର ଗୁଣପୁର ଏଡିଜେ କୋର୍ଟରେ ହାଜର କରାଯାଇଥିଲା ।  ୨୦୦୪  ଅଗଷ୍ଟ ୧୩ରେ ଘଟିଥିବା ଚନ୍ଦ୍ରପୁର ବ୍ଲକ୍‌ ଅଧ୍ୟକ୍ଷ ଡାକୁ ମାଝୀ ହତ୍ୟାକାଣ୍ଡ ଏବଂ  ୨୦୦୩ରେ ଏହି ବ୍ଲକ୍‌ର ମରିଚଗୁଡ଼ାରେ ଏକ ଘରେ ବୋମା ବିସ୍ଫୋରଣ କରିବା  ମାମଲାର ଆଜି ଶୁଣାଣି ହୋଇଥିଲା । ପୂର୍ବରୁ ଡାକୁ ମାଝୀ ହତ୍ୟା ମାମଲାର  ବିଚାରଣ ହୋଇଥିଲା । ଏହି ସମୟରେ ୧୮ ଜଣଙ୍କ ସାକ୍ଷ୍ୟ ପ୍ରମାଣ କୋର୍ଟ ଗ୍ରହଣ  କରିଥିଲେ । ପ୍ରମାଣ ଅଭାବରୁ ଏହି ମାମଲାରେ ସବ୍ୟସାଚୀଙ୍କୁ କୋର୍ଟ ନିର୍ଦ୍ଦୋଷରେ  ଖଲାସ କରିଛନ୍ତି । ସେହିଭଳି ପୁଲିସ୍‌ ଇନ୍‌ଫର୍ମର ସନ୍ଦେହରେ ମାଓବାଦୀମାନେ  ମରିଚଗୁଡ଼ାର ପ୍ରାସ୍କା ସିମନ ମଝୀଙ୍କ ଘରେ ବିସ୍ଫୋରଣ କରିଥିଲେ । ମାମଲାର ଶୁଣାଣି ସମୟରେ ୧୫ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା । ପ୍ରମାଣ ଅଭବାରୁ ଶ୍ରୀ ପଣ୍ଡାଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button