ଓଡ଼ିଶାର ସର୍ଦ୍ଧାର ପଟେଲ ଥିଲେ ମହତାବ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଗୁରୁବାର ଉକ୍ରଳ କେଶରୀ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଯୋଗଦେଇ ନିଜର ଅଭିଭାଷଣ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ ଡକ୍ଟର ମହତାବ ଓଡ଼ିଶାର ସର୍ଦ୍ଧାର ପଟେଲ ଥିଲେ । ମହାନ ରାଷ୍ଟ୍ରନେତା ଓ ସ୍ୱାଧୀନତା ସଂଗ୍ରାମୀ ଭାବେ ତାଙ୍କର ଅବଦାନ ଅତୁଳନୀୟ । ବିଗତ ଦିନରେ କେବଳ ଗୋଟିଏ ପରିବାରକୁ ଗୁରୁତ୍ୱ ମିଳିଆସୁଥିଲା । ୧୯୩୮ ମସିହାରେ ସେ କଂଗ୍ରେସ କାର୍ଯ୍ୟକାରୀ କମିଟିକୁ ମନୋନୀତ ହୋଇଥିଲେ । ୧୦୭୫ ଜରୁରୀକାଳରନ ପରିସ୍ଥିତିବେଳେ ତାଙ୍କୁ ଜେଲ ଯିବାକୁ ପଡ଼ିଥିଲା । ଇନ୍ଦିରା ଗାନ୍ଧୀଙ୍କ ଶାସନରେ ଅତିଷ୍ଠ ହୋଇ ସେ କଂଗ୍ରେସର ସହ ସମ୍ପର୍କ ଛିନ୍ନ କରିଥିଲେ । ହୀରାକୁଦ ଡ୍ୟାମ ଓ ଓଡ଼ିଆ ଭାଷା ପ୍ରତି ତାଙ୍କ ଅବଦାନକୁ ଭୁଲି ହେବ ନାହିଁ । ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରତିଷ୍ଠା କରି ସାମ୍ବାଦିକତା ବି ସୃଷ୍ଟି କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।