ଟିମ୍ ଇଣ୍ଡିଆକୁ ଆଉ ଏକ ଝଟକା!, ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ଆହତ ହେଲେ କେଏଲ ରାହୁଲ
ନୂଆଦିଲ୍ଲୀ: ସମସ୍ତ ଭାରତୀୟ ଏବଂ ଅଷ୍ଟ୍ରେଲିୟ ପ୍ରଶଂସକ ଉତ୍ସାହର ସହିତ ବର୍ଡର-ଗାଭାସ୍କର ଟ୍ରଫିକୁ ଅପେକ୍ଷା କରିଛନ୍ତି। ଯେଉଁଥିରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ। ପ୍ରଥମ ଟେଷ୍ଟ ମ୍ୟାଚ୍ 22 ରୁ 26 ନଭେମ୍ବର ମଧ୍ୟରେ ଖେଳାଯିବ। କିନ୍ତୁ ସିରିଜ୍ ଆରମ୍ଭ ପୂର୍ବରୁ ଭାରତୀୟ ଦଳ ଏବଂ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର ଆସିଛି। ଖବର ହେଉଛି ଅଭ୍ୟାସ ଅଧିବେଶନରେ କେ.ଏଲ୍ ରାହୁଲ ଆହତ ହୋଇଛନ୍ତି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି ଆରମ୍ଭ ପୂର୍ବରୁ ପର୍ଥରେ ଅଭ୍ୟାସ ଅଧିବେଶନରେ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ ଆହତ ହୋଇଛନ୍ତି। ଭାରତୀୟ ଦଳ WACA ଗ୍ରାଉଣ୍ଡରେ ତିନି ଦିନିଆ ଆନ୍ତଃ- ସ୍କ୍ବାଡ୍ ଅଭ୍ୟାସ ମ୍ୟାଚ୍ ଖେଳିବା ଆରମ୍ଭ କରିଥିଲା, ଯେଉଁଠାରେ ରାହୁଲ ମ୍ୟାଚ୍ ସିମୁଲେସନ ସମୟରେ ବାଉନ୍ସର୍ ବଲରେ ଆହତ ହୋଇଥିଲେ। ଅଭ୍ୟାସ ସମୟରେ, କେ.ଏଲ୍ ରାହୁଲ ତାଙ୍କ କାନ୍ଧରେ ଏକ ଦୃତ ବାଉନ୍ସର୍ ରେ ଆଘାତ ପାଇଥିଲେ, ଯେଉଁଥିପାଇଁ ସେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ। ଟିମ୍ ଫିଜିଓ ତୁରନ୍ତ ଆସି ରାହୁଲଙ୍କ ଚିକିତ୍ସା କରିଥିଲା। ଆଘାତ ସତ୍ତ୍ୱେ ରାହୁଲ ଖେଳ ଜାରି ରଖିବାକୁ ଚେଷ୍ଟା କରିଥିଲେ ମଧ୍ୟ ଅସହଜ ମନେ ହୋଇ ପଡ଼ିଆ ଛାଡିବାକୁ ପଡିଥିଲା। ଏହି ଘଟଣା ପୂର୍ବରୁ ରାହୁଲ ଭଲ ଫର୍ମରେ ଦେଖାଯାଉଥିଲେ ଏବଂ ସେ 29 ରନ୍ ସ୍କୋର କରିଥିଲେ। ତେବେ ଆଘାତ ହେତୁ ତାଙ୍କୁ ପଡ଼ିଆ ଛାଡିବାକୁ ପଡିଲା। କେଏଲ ରାହୁଲଙ୍କ ଆଘାତ ଏବେ ପ୍ରଥମ ଟେଷ୍ଟ ପାଇଁ ଭାରତୀୟ ଓପନିଂ ଯୋଡିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରଥମ ଟେଷ୍ଟରେ ରୋହିତ ଶର୍ମା ଖେଳିବାର କୌଣସି ସମ୍ଭାବନା ନାହିଁ, ତେଣୁ ଆଶା କରାଯାଉଥିଲା ଯେ, ରାହୁଲ କିମ୍ବା ଅଭିମନ୍ୟୁ ଈଶ୍ଵରନ୍ ଯଶସ୍ୱୀ ଜୟସ୍ଵାଙ୍କ ସହ ଖୋଲିପାରନ୍ତି। ଅଭ୍ୟାସ ମ୍ୟାଚରେ ରାହୁଲ ଯଶସ୍ୱୀଙ୍କ ସହ ଓପନ କରି ଦୃତ ଗତିରେ 29 ରନ୍ ସ୍କୋର କରି ଭଲ ଫର୍ମରେ ଦେଖାଯାଉଥିଲେ, କିନ୍ତୁ ଆଘାତ ହେତୁ ତାଙ୍କୁ ବାହାରକୁ ଯିବାକୁ ପଡିଥିଲା।