ଚୀନର ଅନିୟନ୍ତ୍ରିତ ରକେଟ ଭାରତ ମହାସାଗରରେ ଖସିପଡ଼ିଲା

ବେଜିଂ: ଚୀନର ଲଙ୍ଗ ମାର୍ଚ୍ଚ-୫ବି ରକେଟର ଭଗ୍ନାବଶେଷ ରବିବାର ସକାଳେ ଭାରତ ମହାସାଗରରେ ଖସି ପଡ଼ିଥିବା ଚୀନ ଷ୍ଟେଟ ମିଡିଆ ଖବର ପ୍ରସାରଣ କରିଛି। ଭାରତ ମହାସାଗରର ମାଳଦୀପ ନିକଟରେ ଏହି ରକେଟର ଜଳିଯାଇଥିବା ଅବିଶିଷ୍ଟ ଭଗ୍ନାବଶେଷ ପଡ଼ିଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି। ଚୀନ ଷ୍ଟେଟ ମିଡିଆ ରିପୋର୍ଟ ଅନୁସାରେ ମୋଟ ୧୮ ଟନର ସାମଗ୍ରୀ ସମୁଦ୍ରରେ ପଡ଼ିଛି। ଏଠାରେ ସୂଚନାଯୋଗ୍ୟ ଯେ ଚୀନ ତା’ର ମହାକାଶ ବିଜ୍ଞାନ କେନ୍ଦ୍ରରୁ ଏପ୍ରିଲ ୨୯ରେ ଏହି ରକେଟ ଉତକ୍ଷେପଣ କରିଥିଲା। ମାତ୍ର ଏହା ଉତକ୍ଷେପିତ ହେବାର କିଛି ସମୟ ପରେ ନିୟନ୍ତ୍ରଣ ବାହାରକୁ ଚାଲିଯ଼ାଇ କକ୍ଷଚ୍ୟୁତ ହୋଇ ବାୟୁମଣ୍ଡରେ ମାଡ଼ ହୋଇ ଜଳିବା ଆରମ୍ଭ କରିଥିଲା। ଏହାପରେ ଆମେରିକାର ବୖଜ୍ଞାନିକମାନେ ଏହା ଭୂପୃଷ୍ଠରେ ମାଡ଼ ହେବା ନେଇ ଆଶଙ୍କା ପ୍ରକାଶ କରିଥିଲେ। ଏହା ନ୍ୟୁଜିଲାଣ୍ଡ ପାଖାପାଖି ତଳକୁ ଖସିବ ବୋଲି ପୂର୍ବାନୁମାନ କରିଥିଲେ। ମାତ୍ର ଏହା ଭାରତ ମହାସାଗରର ମାଳଦୀପ ପାଖରେ ସମୁଦ୍ରରେ ପଡ଼ିଥିବା ନେଇ ଚୀନ ମିଡିଆ ରିପୋର୍ଟ କରିଛି। ବାୟୁମଣ୍ଡଳ ଦେଇ ଆସିବା ବେଳେ ଏହାର ଅଧିକାଂଶ ଅଂଶ ପୋଡ଼ି ନଷ୍ଟ ହୋଇଯାଇଥିବା କୁାହାଯାଉଛି।

Related Articles

Leave a Reply

Your email address will not be published.

Back to top button