‘କଡ଼ା ପଦକ୍ଷେପ ଦ୍ବାରା ୩ୟ ୱେଭକୁ ରୋକାଯାଇପାରିବ’

ନୂଆଦିଲ୍ଲୀ: ଦେଶର କୋରୋନା ସ୍ଥିତିକୁ ନେଇ ଶୁକ୍ରବାର ସରକାରଙ୍କ ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଆଡଭାଇଜର କେ ବିଜୟ ରାଘବନ କହିଛନ୍ତି ଯେ ଆମେ ଏହାକୁ ରୋକି ପାରିବା। ମାତ୍ର ଏହାକୁ ରୋକିବା ପାଇଁ କଠୋର ପଦକ୍ଷେପ ନେବାର ରହିଛି। ଲୋକଲ ଲେବଲରେ କଡ଼ା ପଦକ୍ଷେପ ନିଆଯାଇ ପାରିଲେ ୩ୟ ୱେଭକୁ ରୋକାଯାଇ ପାରିବ। ସବୁ ସ୍ଥାନକୁ ୩ୟ ୱେଭ ଛୁଇଁ ପାରିବ ନାହିଁ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦୁଇ ଦିନ ତଳେ ବିଜୟ ରାଘବନ କହିଥିଲେ ଯେ ୩ୟ ୱେଭକୁ କେହି ରୋକି ପାରିବେ ନାହିଁ। ଏହାର ସଂକ୍ରମଣ ମାତ୍ରା ଆହୁରି ଦ୍ରୁତ ଗତିରେ ମାଡ଼ି ଚାଲିବ। ମାତ୍ର ଏହି ୩ୟ ୱେଭ କେବେ ଠାରୁ ଆରମ୍ଭ ହେବ ତାହା ଏବେଠୁ କହି ହେବ ନାହିଁ ବୋଲି ସେ କହିଥିଲେ। ଦ୍ବିତୀୟ ୱେଭରେ ଦେଶରେ ଦୈନିକ ସଂକ୍ରମଣ ୪ ଲକ୍ଷ ଉପରେ ରହୁଥିଲା ବେଳେ ଦୈନିକ ମୃତ୍ୟୁ ୪ ହଜାର ଉପରେ ରହିଛି। ଦ୍ବିତୀୟ ୱେଭରେ ସରକାରୀ ବ୍ୟବସ୍ଥା ଫେଲ ମାରିଛି। ହସ୍ପିଟାଲରେ ଅକ୍ସିଜେନ ଅଭାବ ପାଇଁ ସଂକ୍ରମିତଙ୍କ ଜୀବନ ଯାଉଛି। ସମସ୍ତଙ୍କୁ ସ୍ବାସ୍ଥ୍ୟ ସେବା ଯୋଗଇବା ସମ୍ଭବ ହେଉ ନାହିଁ। କାରଣ ବର୍ତ୍ତମାନ ଦେଶରେ ଆକ୍ଟିଭ କେସ ସଂଖ୍ୟା ୩୬ ଲକ୍ଷ ଉପରେ ରହିଛି। ତେଣୁ ଏହିପରି ସ୍ଥିତିରେ ୩ୟ ୱେଭ କଥା ଚିନ୍ତା କରିବା ବେଳେ ସବୁ କିଛି ଅନ୍ଧାର ଦିଶିଲା ପରି ମନେ ହେଉଛି।

Related Articles

Leave a Reply

Your email address will not be published.

Back to top button