ବାଘୁଣୀ ‘ଯମୁନା’ ଶିକାର କଲା ବାରହା
ଭୁବନେଶ୍ବର: ଶିକାର କରି ଖାଇଲା ଶିମିଳିପାଳ ଆସିଥିବା ନୂଆ ବାଘୁଣୀ ଯମୁନା। ଏନକ୍ଲୋଜର ଭିତରେ ହରିଣ ଓ ବାରହା ଛଡ଼ା ଯାଇଥିବା ବେଳେ ବାଘୁଣୀ ବାରହାକୁ ଶିକାର କରିଥିବା ସୂଚନା ମିଳିଛି। ଏହି ସୂଚନା ଦେଇଛନ୍ତି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ। ଶିକାର କରି ଖାଇବା ପରେ ବାଘୁଣୀ ପାଣି ପିଇଥିଲା। ଏବେ ଯମୁନା ସୁସ୍ଥ ଓ ଶାନ୍ତ ଥିବା ବନ ବିଭାଗ ସୂଚନା ଦେଇଛି। ଏନକ୍ଲୋଜର ଭିତରେ ସିସିଟିଭି ଲଗାଇ ବାଘୁଣୀର ଗତିବିଧି ଉପରେ ନଜର ରଖାଯାଇଛି। ଗତ ୨୮ ତାରିଖରେ ମହାରାଷ୍ଟ୍ର ତଡ଼ବା ଜଙ୍ଗଲରୁ ବାଘୁଣୀକୁ ଶିମିଳିପାଳ ଅଣାଯାଇଥିଲା। ୨୯ରେ ବାଘୁଣୀକୁ ଶିମିଳିପାଳ ଅଭୟାରଣ୍ୟର ସ୍ୱତନ୍ତ୍ର ଏନକ୍ଲୋଜର ଭିତରେ ଛଡ଼ା ଯାଇଥିଲା।