ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର : ବାତ୍ୟା ‘ଦାନା’ ପ୍ରଭାବରେ କ୍ଷତିଗ୍ରସ୍ତ ଅଞ୍ଚଳରେ ରିଲିଫ ଓ ପୁନରୁଦ୍ଧାର କାର୍ୟ୍ୟକୁ ତ୍ବରାନ୍ବିତ କରିବା ପାଇଁ ଆଜି ଏବଂ ରବିବାର ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ପୂର୍ବ କାର୍ୟ୍ୟ ଦିବସ ପରି ଏହି ଦୁଇଦିନ ସରକାରୀ କାର୍ୟ୍ୟାଳୟଗୁଡ଼ିକ ଖୋଲା ରହିବ। ସ୍ବତନ୍ତ୍ର ରିଲିଫ ଆୟୁକ୍ତ ଦେଓରଞ୍ଜନ କୁମାର ସିଂ ଏ ସଂକ୍ରାନ୍ତରେ ଶୁକ୍ରବାର ସମସ୍ତ ବିଭାଗକୁ ଚିଠି ଲେଖି ଜଣାଇଛନ୍ତି। ବାତ୍ୟା ‘ଦାନା’ ପରବର୍ତ୍ତୀ ସମୟରେ ବିପନ୍ନଙ୍କୁ ରିଲିଫ ପ୍ରଦାନ ସହିତ ପୁନରୁଦ୍ଧାର କାର୍ୟ୍ୟ ପ୍ରାଥମିକତା ଭିତ୍ତିରେ ସମ୍ପାଦନ କରାଯିବାର ଆବଶ୍ୟକତା ରହିଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି। ସମସ୍ତ ବିଭାଗ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଏସଆରସି ଶ୍ରୀ ସିଂ କହିଛନ୍ତି। ସେହିପରି ପ୍ରଭାବିତ ଜିଲାରେ ଥିବା ବିଭାଗୀୟ କର୍ମଚାରୀ ଓ ଅଫିସରମାନେ ମୁଖ୍ୟାଳୟ ନଛାଡ଼ିବାକୁ ଅବଗତ ଯାଇଛି।

Related Articles

Leave a Reply

Your email address will not be published.

Back to top button