ଘର ଭାଙ୍ଗିଥିଲେ ମିଳିବ ପକ୍କା ଘର

ଭୁବନେଶ୍ୱର: ବାତ୍ୟା ଦୁର୍ବଳ ହୋଇଯାଇଥିବାବେଳେ ଆସନ୍ତାକାଲି କ୍ଷେତ୍ର ପରିଦର୍ଶନ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ସେ କହିଛନ୍ତି ଯେ ଆସନ୍ତାକାଲି ଫିଲ୍ଡ ଷ୍ଟାଫ କ୍ଷୟକ୍ଷତି ଆକଳନ କରିବେ । ଫସଲ ଓ ଘର କ୍ଷୟକ୍ଷତିର ଆକଳନ ୭ ଦିନରେ ହେବ । ଘର ଭାଙ୍ଗିଥିବା ଲୋକଙ୍କୁ ପକ୍କା ଘର ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି । ଆସନ୍ତାକାଲି ଏରିୟଲଭାବେ ପ୍ରାଥମିକ ଆକଳନ କରାଯିବ । ବାତ୍ୟା ଯୋଗୁ ଭଦ୍ରକ ଓ କେନ୍ଦ୍ରାପଡ଼ା ବିଶେଷଭାବେ ପ୍ରଭାବିତ ବୋଲି ସୁରେଶ ପୂଜାରୀ କହିଛନ୍ତି ।  ଲ୍ୟାଣ୍ଡଫଲ ପରେ ଦୁର୍ବଳ ହୋଇଛି ବାତ୍ୟା ଦାନା । ଆଗାମୀ ୬ ଘଣ୍ଟା ମଧ୍ୟରେ ଗଭୀର ଅବପାତର ରୂପ ନେବ। ଗତ ରାତି ପ୍ରାୟ ସାଢ଼େ ୧ଟା ସମୟରେ ଆରମ୍ଭ ହୋଇଥିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା । ଭୋର ସାଢ଼େ ୩ଟା ସମୟରେ ସ୍ଥଳଭାଗ ଅତିକ୍ରମ କରିଥିଲା ବାତ୍ୟାର ମଧ୍ୟଭାଗ। ସ୍ଥଳ ଭାଗ ଅତିକ୍ରମ କରିବା ସମୟରେ ପବନର ବେଗ ଥିଲା ଘଣ୍ଟାପ୍ରତି ୧୦୦ରୁ ୧୨୦ କି.ମି । ଭିତରକନିକାର ହବାଳିଖଟି ନେଚର କ୍ୟାମ୍ପ ଓ ଧାମରା ନିକଟ ଦେଇ ସ୍ଥଳ ଭାଗ ଅତିକ୍ରମ କରିଥିଲା ବାତ୍ୟା ଦାନା ।

Related Articles

Leave a Reply

Your email address will not be published.

Back to top button