ବାତ୍ୟା ପାଇଁ ୩ ଦିନ ସ୍କୁଲ ଛୁଟି

ଭୁବନେଶ୍ୱର: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ସ୍କୁଲ ଛୁଟି ଘୋଷଣା କଲେ ସରକାର । ଆସନ୍ତା ୨୩ରୁ ୨୫ ସ୍କୁଲ ଛୁଟି । ସାମ୍ଭାବ୍ୟ ବାତ୍ୟା ପ୍ରଭାବିତ ୧୪ ଜିଲ୍ଲାରେ ସ୍କୁଲ ଛୁଟି । ଛୁଟି ଘୋଷଣା କଲେ ସ୍ୱତନ୍ତ୍ର ରିଲିଫ କମିଶନର । ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ଵର, ମୟୁରଭଞ୍ଜ, ଢେଙ୍କାନାଳ, କେନ୍ଦୁଝର, ଯାଜପୁର, ଅନୁଗୁଳ, ନୟାଗଡ଼, ଖୋର୍ଦ୍ଧା ଓ କଟକ ଜିଲ୍ଲାର ସ୍କୁଲ ଛୁଟି । ବାତ୍ୟା ‘ଦାନା’ ପାଇଁ ସ୍କୁଲ ଛୁଟି ଘୋଷଣା । ୧୪ ଜିଲ୍ଲାରେ ୩ ଦିନ ପାଇଁ ସ୍କୁଲ ବନ୍ଦ । ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଅନୁଗୁଳ, ଖୋର୍ଦ୍ଧା, ନୟାଗଡ ଓ କଟକ ଜିଲ୍ଲାରେ ବନ୍ଦ ରହିବ ସ୍କୁଲ । ସମ୍ଭାବ୍ୟ ବାତ୍ୟା ପାଇଁ ୧୪ ଜିଲ୍ଲାରେ ସ୍କୁଲ୍ ଛୁଟି ଘୋଷଣା । ପ୍ରକାଶ ଯେ  ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସୁଦୃଶ୍ୟ ଲଘୁଚାପ ଆଜି ସକାଳେ ଅବପାତରେ ପରିଣତ ହୋଇଛି। ଆସନ୍ତାକାଲି ଏହାର ବାତ୍ୟାର ରୂପ ନେବ।ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

Related Articles

Leave a Reply

Your email address will not be published.

Back to top button