ଦୁଇ ଦିନିଆ ରୁଷ ଗସ୍ତରେ ପ୍ରଧାନମନ୍ତ୍ରୀ: ବ୍ରିକ୍ସ ଶିଖର ସମ୍ମିଳନୀରେ ନେବେ ଭାଗ

ନୂଆଦିଲ୍ଲୀ: ବ୍ରିକ୍ସ ଶିଖର ସମ୍ମିଳନୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ମୋଦୀ ରୁଷ ଯାତ୍ରା କରିଛନ୍ତି। ଅନେକ ଦେଶର ନେତା ରୁଷର କଜାନରେ ଗୋଟିଏ ମଞ୍ଚରେ ଏକାଠି ହେବେ। ବ୍ରିକ୍ସ ଶିଖର ସମ୍ମିଳନୀରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମେତ ଅନେକ ନେତାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ଦ୍ୱିପାକ୍ଷିକ ଆଲୋଚନା କରିବେ। ୧୬ ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହା ଦୁଇ ଦିନିଆ ଗସ୍ତ। ଏଥର ବ୍ରିକ୍ସ ସମ୍ମିଳନୀରେ ଆର୍ଥିକ ସହଯୋଗ, ଜଳବାୟୁ ପରିବର୍ତ୍ତନ ଏବଂ ଆନ୍ତର୍ଜାତୀୟ ନିରାପତ୍ତା ଭଳି ବିଶ୍ୱସ୍ତରୀୟ ଆହ୍ଵାନର ମୁକାବିଲା ଉପରେ ଧ୍ୟାନ ଦିଆଯିବ। ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ବ୍ରିକ୍ସ ସଦସ୍ୟ ଦେଶର ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ ମଧ୍ୟ କରିବେ। ସୂଚନା ଅନୁଯାୟୀ ରୁଷର କଜାନ ସହରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତି ଚାଲିଛି। ଭାରତୀୟ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖିବାକୁ ମିଳୁଛି।

Related Articles

Leave a Reply

Your email address will not be published.

Back to top button