ବାତ୍ୟା : ବଢ଼ିଲା ଦରଦାମ୍

ଭୁବନେଶ୍ୱର:ବାତ୍ୟା ନାଁରେ ବଜାରରେ ବିଭିନ୍ନ ନିତ୍ୟ ବ୍ୟବହାର୍ୟ୍ୟ ସାମଗ୍ରୀ ଓ ପରିବା ଦର  ବଢ଼ାଇଲେଣି ଅସାଧୁବ୍ୟବସାୟୀ । ଯାହା ବି ଖାଇବା ସାମଗ୍ରୀ ଅଛି, ସେସବୁରେ ୨୫ ପ୍ରତିଶତ ମୂଲ୍ୟ ବଢ଼ାଇ ସାରିଲେଣି । ଭୁବନେଶ୍ୱରର ଡୁମୁଡୁମା, ପାତ୍ରପଡ଼ା ଭଳି  କେତେକ ସ୍ଥାନରେ ଥିବା ଖୁଚୁରା ବ୍ୟବସାୟୀମାନେ ଆଳୁ  କିଲୋ ପ୍ରତି ୪୦ଟଙ୍କାରେ ବିକ୍ରି କରୁଥିବା ଅଭିଯୋଗ  ହୋଇଛି । ପିଆଜ ଦର ୬୦ ଟଙ୍କା ଥିବାବେଳେ ତାହା  ୬୫ରୁ ୭୦କୁ ବଢ଼ାଇ ଦେଇଛନ୍ତି । ଏ ବାବଦରେ  ପଚାରିଲେ ବେପାରୀଙ୍କ ଅଜବ ଉତ୍ତର । ‘ବାତ୍ୟା ଆସୁଛି,  ଆଳୁ ଗାଡ଼ି ଆସିନପାରେ । ଯେତିକି ଅଛି ସେତିକିରେ  ବେପାର କରୁଛୁ ।’ ହଠାତ୍‌ ବେପାରୀମାନେ ମନଇଚ୍ଛା  ଏମିତି ଦର ବଢ଼ାଇବାକୁ ନେଇ ଗ୍ରାହକଙ୍କ ମଧ୍ୟରେ  ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । କେବଳ ସେତିକି ନୁହେଁ, ବାତ୍ୟା ଆସିବା ଭୟରେ ଆଜି  ରାଜଧାନୀର ୧ ନମ୍ବର ହାଟରୁ ନେଇ ବିଭିନ୍ନ ସ୍ଥାନରେ  ଥିବା ବଜାରରେ ପରିବା ଓ ଅନ୍ୟ ନିତ୍ୟ ବ୍ୟବହାର୍ୟ୍ୟ  ସାମଗ୍ରୀ କିଣିବାକୁ ପ୍ରବଳ ଭିଡ଼ ଲାଗିଛି ।

Related Articles

Leave a Reply

Your email address will not be published.

Back to top button