ଆତଙ୍କବାଦୀ ଆକ୍ରମଣ, ୭ ମୃତ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ପୁଣି ହମଲା କରିଛନ୍ତି ଆତଙ୍କବାଦୀ। ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ଆଖିବୁଜା ଗୁଳିମାଡ଼ କରିଛନ୍ତି। ଏଥିରେ ୬ ଜଣ ଶ୍ରମିକଙ୍କ ସମେତ ଜଣେ ଡାକ୍ତରଙ୍କ ମୃତ୍ୟୁ ଘଟିଛି। ଗନ୍ଦେରବାଲ ଜିଲ୍ଲାରେ ଏହି ହମଲା ହୋଇଛି। ସୂଚନା ଅନୁସାରେ, ଗନ୍ଦେରବାଲ ସ୍ଥିତ ସୋନାମାର୍ଗ ଅଞ୍ଚଳରେ ଏକ ଟନ୍ନେଲ କାର୍ୟ୍ୟ ଚାଲିଥିଲା। ଗତକାଲି ସନ୍ଧ୍ୟାରେ ଶ୍ରମିକମାନେ କାର୍ୟ୍ୟରେ ନିୟୋଜିତ ଥିବାବେଳେ ଆଖିବୁଜା ଗୁଳିମାଡ଼ କରିଛନ୍ତି ଆତଙ୍କବାଦୀ। ଏଥିରେ ସାତ ଜଣଙ୍କର ମୃତ୍ୟୁ ହୋଇଛି।ଶ୍ରମିକମାନେ ପ୍ରବାସୀ ହୋଇ ଥିବାବେଳେ ଡାକ୍ତର ଜଣକ ଜମ୍ମୁ-କଶ୍ମୀରର। ହମଲା ପରେ ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ଘେରାବନ୍ଦୀ କରି ଦେଇଛନ୍ତି। ଏଥିସହ ସର୍ଚ୍ଚ ଅପରେସନକୁ କଡ଼ାକଡ଼ି କରିଛନ୍ତି।

Related Articles

Leave a Reply

Your email address will not be published.

Back to top button