ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର: ସାମ୍ଭାବ୍ୟ  ବାତ୍ୟା ‘ଦାନା’କୁ ନେଇ ସମସ୍ତ  ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି। ରବିବାର ସାରେ ବାତ୍ୟା ମୁକାବିଲା ପାଇଁ  ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଏଥିରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ପାଇଁ ନିଷ୍ପତ୍ତି ହୋଇଥିଲା। ସ୍ବତନ୍ତ୍ର ରିଲିଫ କମିଶନର (ଏସଆରସି) ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା।ବୈଠକ ପରେ ଏସଆର୍‌ସି ଦେଓ ରଞ୍ଜନ ସିଂହ  କହିଥିଲେ ସମ୍ଭାବ୍ୟ ଘୂର୍ଣ୍ଣିବଳୟକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।
ତେବେ ରାଜସ୍ବ ମନ୍ତ୍ରୀ କହିଛନ୍ତି, ସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଚନ୍ତି। ଲୋକେ ଅଯଥାରେ ଭୟଭୀତ ହୁଅନ୍ତୁ ନାହିଁ। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ପ୍ରକାଶ ଯେ ଆଜି ସକାଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେ ତ୍ରସୃଷ୍ଟି ହୋଇଛି। ଆସନ୍ତାକାଲି ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ୨୩ ତାରିଖରେ ଏହା ବାତ୍ୟାର ରୂପ ନେବ। ୨୪ ତାରିଖ ସକାଳେ ସମ୍ଭାବ୍ୟ ବାତ୍ୟାଟି ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହି ସମ୍ଭାବ୍ୟ ବାତ୍ୟା ନାଁ ‘ଦାନା’ ରଖାଯାଇଛି।

Related Articles

Leave a Reply

Your email address will not be published.

Back to top button