ବଡ଼ପଣ୍ଡା ଶତପଥୀଙ୍କ ଗୃହରେ ମହାଷ୍ଟମୀ ପାଳିତ

ଜଟଣୀ (ଶୁଭେନ୍ଦ୍ର ଶତପଥୀ): ଖୋର୍ଦ୍ଧା ଜିଲ୍ଲା ଜଟଣୀ ରାମଚନ୍ଦ୍ରପୁର ବଡ଼ନୂଆଗାଁ ଶତପଥୀ ସାହିର ଦିବଂଗତ ନାଟ୍ୟକାର ନିର୍ଦ୍ଦେଶକ ବଡ଼ପଣ୍ଡା ବସନ୍ତ କୁମାର ଶତପଥୀଙ୍କ ଗୃହରେ ସପ୍ତମୀ ପୂଜା ଅନୁଷ୍ଠିତ ହୋଇଯାଇଛି l ତିନି ଦିନ ଧରି ଗୃହରେ ମା’ଙ୍କ ପୂଜାର୍ଚ୍ଚନା କରାଯିବା ସହିତ ପୋଥି ଓ ମା’ଙ୍କ ଅସ୍ତ୍ରଶସ୍ତ୍ର ପୂଜା କରାଯାଏ। ଗାଁ ଲୋକଙ୍କୁ ପ୍ରସାଦ ସେବନ କରିବା ପାଇଁ ଦିଆଯାଏ l ସମୟ ଅନୁସାରେ ଏବେ ପରିବର୍ତ୍ତନ ହୋଇଯାଇଛି l ବଡ଼ପଣ୍ଡା ଶତପଥୀ ପରିବାର ଲୋକେ ହିଁ ଯୋଗ ଦେଇଥାନ୍ତି l ଗୃହ ନିକଟସ୍ଥ ଦିବଂଗତ ବଡ଼ପଣ୍ଡା ଗୋପୀନାଥ ଶତପଥୀଙ୍କ ଦ୍ଵାରା ପ୍ରତିଷ୍ଠିତ ମନ୍ଦିରରୁ ମା’ଙ୍କ ବିଗ୍ରହ ମହାଲକ୍ଷ୍ମୀ, କନକ ଦୁର୍ଗା, ଉମାମାହେଶ୍ୱରୀ, ସରସ୍ବତୀଙ୍କୁ ମନ୍ଦିରରୁ ଆମନ୍ତ୍ରଣ କରାଯାଇ ଗୃହରେ ସପ୍ତମୀଠାରୁ ଦଶହରା ପର୍ଯ୍ୟନ୍ତ ପୂଜାର୍ଚ୍ଚନା କରାଯିବା ସହିତ ମହାଷ୍ଟମୀ ଦିନ ଚଣ୍ଡୀପାଠ ଓ ମାଛ ବଳି (ପୋଡା)ରୂପେ ଅର୍ପଣ କରାଯାଏ l ଆଜକୁ ପ୍ରାୟ ସାତପୁରୁଷ ହେବ ଏ ପୂଜାର୍ଚ୍ଚନା ଚାଲିଆସୁଛି l ଦଶହରା ଦିନ ମା’ଙ୍କ ବିଗ୍ରହ ପୁନଃ ମନ୍ଦିରରେ ସଂସ୍ଥାପିତ କରାଯାଇଥାଏ l ସେହିପରି ମା’ ଉତ୍ତରାୟଣୀ ମନ୍ଦିରରେ ଯେଉଁ ପୂଜକ ଚଣ୍ଡୀପାଠ କରନ୍ତି ସେହିଁ ବଡ଼ପଣ୍ଡା ଶତପଥୀଙ୍କ ଗୃହରେ ଚଣ୍ଡୀପାଠ କରନ୍ତି l ଏ ପୂଜାରେ ମା’ଙ୍କ ଆଶୀର୍ବାଦ ଓ କୃପା ଲାଭ ପାଇବା ପାଇଁ ବଡ଼ପଣ୍ଡା ଶତପଥୀ ପରିବାରର ସମସ୍ତ ସଦସ୍ୟ ଏବଂ ଗୃହଠାରୁ ଦୂରରେ ଥିବା ସମସ୍ତ ପରିବାରର ସଦସ୍ୟ ଉପସ୍ଥିତ ଦେଖିବାକୁ ମିଳିଥାଏ l ଗୁରୁବାର ମହାଷ୍ଟମୀ ପାଳନ ହୋଇଯାଇଛି l

Related Articles

Leave a Reply

Your email address will not be published.

Back to top button