ମହାଷ୍ଟମୀରେ ମା’ ଭଗବତୀଙ୍କ ଦର୍ଶନ କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ବର: ଆଜି ପବିତ୍ର ମହାଷ୍ଟମୀ। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ପ୍ରସିଦ୍ଧ ଶକ୍ତିପିଠ ମା’ ଭଗବତୀ ମନ୍ଦିର ଦର୍ଶନ କରି ମା’ ଙ୍କ ଆଶୀର୍ବାଦ ଲାଭ କରିଛନ୍ତି ଚିଲିକା ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କୁ ଭଗବତୀ ମନ୍ଦିର ସମ୍ମୁଖରେ ଦଳୀୟ କର୍ମକର୍ତ୍ତା ଓ ଜନସାଧାରଣ ମାନେ ଭବ୍ୟ ସ୍ୱାଗତ ଜଣାଇଥିଲେ। ମନ୍ତ୍ରୀ ମା’ଙ୍କ ପୂଜାର୍ଚ୍ଚନା କରିବା ସହ ମନ୍ଦିର ବେଢାରେ ଦୀର୍ଘ ସମୟ ଅତିବାହିତ କରିଥିଲେ। ଉକ୍ତ ସମୟରେ ସେବାୟତ ମାନଙ୍କ ସହ ମନ୍ଦିର ଉନ୍ନତି ବିଷୟରେ ଆଲୋଚନା କରିଥିଲେ ମନ୍ତ୍ରୀ। ମା’ ଙ୍କ ଶାରଦୀୟ ଦଶହରା ପର୍ବ କିପରି ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହେବ ତାହା ଉପରେ ଗୁରୁତ୍ୱାରୋପ କରିଥିଲେ ମନ୍ତ୍ରୀ। ଏହାପରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମା’ ଙ୍କ ସାତବଖରା ଘରେ ପହଞ୍ଚି ଉଭୟ ମା’ ଭଗବତୀ ଓ ମା’ ବିରଜାଈଙ୍କ ଚଳନ୍ତି ପ୍ରତିମା ରୂପକ କାଠି ଠାକୁରାଣୀଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ। ମନ୍ତ୍ରୀଙ୍କ ଗସ୍ତ ସମୟରେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ସଂଗଠକ ଜିତେନ୍ଦ୍ର ଭୋଳ,ସୁଧୀର ପାତ୍ର,ଏନଏସି ସଂଗଠକ ନନ୍ଦ କିଶୋର ମିଶ୍ର,ବାଣପୁର ବିଜେପି ନଗର ମଣ୍ଡଳ କାର୍ଯ୍ୟକାରୀ ସଭାପତି ରବିନାରାୟଣ ମିଶ୍ର, ବିଜେପି କାଉନସିଲର ସସ୍ମିତା ପୃଷ୍ଟି, ସଞ୍ଜୟ ସୁପକାର ପ୍ରମୁଖ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published.

Back to top button