କଙ୍ଗନାଙ୍କ ଟ୍ବିଟର ଆକାଉଣ୍ଟ ବନ୍ଦ

କଙ୍ଗନା ରାନାୱତଙ୍କ ଟ୍ବିଟର ଆକାଉଣ୍ଟ ମଙ୍ଗଳବାର ସସପେଣ୍ଡ କରି ଦିଆଯାଇଛି। ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପରେ ମମତାଙ୍କ ବାନାର୍ଜୀଙ୍କ ଉପରେ ଦେଇଥିବା ଟିପ୍ପଣୀ ଦେଇଥିବା ଅଭିଯୋଗରେ କଙ୍ଗନାଙ୍କ ଟ୍ବିଟର ଆକାଉଣ୍ଟକୁ ସବୁଦିନ ପାଇଁ ବନ୍ଦ କରି ଦିଆଯାଇଛି। କଙ୍ଗନା ଟ୍ବିଟ କରି ମମତାଙ୍କ ପାଇଁ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିଲେ। ଏହାପରେ କଙ୍ଗନାକୁ ୟୁଜରମାନେ କଡ଼ା ସମାଲୋଚନା କରିଥିଲେ। ଏବେ ଅଫିସିଆଲ ଭାବେ କଙ୍ଗନାଙ୍କ ଟ୍ବିଟର ଆକାଉଣ୍ଟ ବନ୍ଦ କରାଯାଇଛି। ସୂଚନାଯୋଗ୍ୟ ଯେ ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ଆସିବା ପରେ କଙ୍ଗନା ଅନେକଗୁଡ଼ିଏ ଟ୍ବିଟ କରିଥିଲେ। ସେ ତୃଣମୂଳ କଂଗ୍ରେସ (ଟିଏମସି) ପାର୍ଟି ବିରୋଧରେ ବୟାନ ଦେଇଥିଲେ ଓ ମମତାଙ୍କ ଉପରେ ଟିପ୍ପଣୀ ଦେଉଥିଲେ। କଙ୍ଗନା ଏକ ଭିଡ଼ିଓ ଶେୟାର କରି କହିଥିଲ ଯେ ନିର୍ବାଚନ ପରେ ବିଜେପି ମହିଳା କର୍ମୀଙ୍କ ସହିତ ଟିଏମସି କର୍ମୀ ମାଡ଼ପିଟ କରିଥିଲେ। ତେବେ କଙ୍ଗନାଙ୍କ ଏହି ଟ୍ବିଟ ପରେ ଟ୍ବିଟର ୟୁଜରମାନେ ତାଙ୍କୁ ସବୁଆଡ଼ୁ ଘେରି ଯାଇଥିଲେ। ତେବେ ତାଙ୍କ ଟ୍ବିଟର ଆକାଉଣ୍ଟ ରଦ୍ଦ କରାଯିବା ପରେ ସ୍ବର ଉତ୍ତୋଳନ କରିବାକୁ ଅନେକ ମଞ୍ଚ ରହିଛି ବୋଲି କଙ୍ଗନା କହିଛନ୍ତି।

Related Articles

Leave a Reply

Your email address will not be published.

Back to top button