ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ବର: ବରଗଡ଼ ଜିଲା ଭେଡେନ ଥାନା ଅନ୍ତର୍ଗତ ବିନ୍ଧ୍ୟବାସିନୀ ପାହାଡ ଉପରେ ଥିବା ଘଞ୍ଚ ଜଙ୍ଗଲ ଭିତରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୁଲିସ। ଉଭୟଙ୍କ ମୃତଦେହ ଉଦ୍ଧାର ହେବା ପରେ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂତ୍ରରୁ ଜଣପଡ଼ିଛି ଯେ ମୃତ ଦୁଇଜଣ ହେଲେ ସାରସ ପାଲି ଗ୍ରାମର ପୂଜା ଭୁଏ ଓ ସୁନିଲ କଠାର। ଯୁବତୀଙ୍କ ବୟସ ୧୭ବର୍ଷ ଓ ଯୁବକଙ୍କ ବୟସ ୨୫ବର୍ଷ ହେବ। ଯୁବକଯୁବତୀ ଉଭୟେ ଭିନ୍ନ ଭିନ୍ନ ଜାତିର। ପୂଜା ନିଖୋଜ ଥିବା ନେଇ ପରିବାର ଗତ ଚାରି ପାଞ୍ଚ ଦିନ ପୂର୍ବରୁ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ଆଜି ଉଭୟଙ୍କ ମୃତଦେହ ବିନ୍ଧ୍ୟାବାସିନି ପାହାଡ଼ର ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ଏକ ଗଛରେ ଝୁଲୁଥିବା ଲୋକେ ଦେଖିଥିଲେ। କୌଣସି ସୂତ୍ରରୁ ପୁଲିସ ଖବର ପାଇ ଏସ ଡିପିଓ ପଡ଼ାରବିନ୍ଦ ତ୍ରିପାଠୀ, ଅତିରିକ୍ତ ଆରକ୍ଷୀ ଅଧିକାରୀ ତପନ କୁମାର ସ୍ୱାଇଁ, ଅତିରିକ୍ତ ତହସିଲଦାର ଦେବାନନ୍ଦ ସାହୁ, ରୁସୁଡ଼ା ଫାଣ୍ଡି ଅଧିକାରୀ ପ୍ରମୋଦ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି ମୃଥଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବରଗଡ଼଼କୁ ପଠାଇଥିଲେ। ରିପୋର୍ଟ ଆସିବା ପରେ ଏହା ହତ୍ୟା ନା ଆତ୍ମହତ୍ୟା ପ୍ରକୃତ ରହସ୍ୟ ଜଣା ପଡ଼ିବ। ପୁଲିସ ଘଟଣା ତଦନ୍ତ ଜାରି ରଖିଛି।

Related Articles

Leave a Reply

Your email address will not be published.

Back to top button