ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ସହ ଟେଲିଫୋନ୍‌ରେ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନେତନ୍ୟାହୁ ଫୋନ୍ କଲ୍ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ସମ୍ପର୍କରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ସୂଚନା ଦେଇଛନ୍ତି ଯେ ଆତଙ୍କବାଦର କୌଣସି ରୂପ କିମ୍ବା ଅଭିବ୍ୟକ୍ତି ପାଇଁ କୌଣସି ସ୍ଥାନ ନାହିଁ। କ୍ଷେତ୍ରୀୟ ଉତ୍ତେଜନ ହ୍ରାସ କରିବା ଏବଂ ସମସ୍ତ ପଣବନ୍ଦୀଙ୍କ ସୁରକ୍ଷିତ ମୁକ୍ତିକୁ ସୁନିଶ୍ଚିତ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଶୀଘ୍ର ଶାନ୍ତି ଓ ସ୍ଥିରତା ଫେରାଇ ଆଣିବା ଦିଗରେ ହେଉଥିବା ପ୍ରୟାସକୁ ସମର୍ଥନ କରିବାକୁ ଭାରତ ପ୍ରସ୍ତୁତ ଅଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତ-ଇସ୍ରାଏଲ୍ ରଣନୀତିକ ଭାଗିଦାରିକୁ ଆହୁରି ମଜବୁତ କରିବା ପାଇଁ ଦୁଇ ନେତା ଅନେକ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ରୋଶ୍ ହଶନାହ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନେତନ୍ୟାହୁ ଏବଂ ସମଗ୍ର ବିଶ୍ୱରେ ଥିବା ୟିହୁଦୀ ଲୋକଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ଦୁଇ ନେତା ସମ୍ପର୍କରେ ରହିବାକୁ ସହମତି ପ୍ରକାଶ କରିଛନ୍ତି।

Related Articles

Leave a Reply

Your email address will not be published.

Back to top button