ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଆତିଶୀ

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଆତିଶୀ। ଦିଲ୍ଲୀର ଅଷ୍ଟମ ମୁଖ୍ୟମନ୍ତ୍ରୀ ଭାବେ ସେ ଶପଥ ନେଇଛନ୍ତି। ତାଙ୍କୁ ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ଶପଥ ପାଠ କରାଇଥିଲେ। ଆତିଶୀଙ୍କ ସହ କ୍ୟାବିନେଟର ପାଞ୍ଚ ମନ୍ତ୍ରୀ ଗୋପାଳ ରାୟ, କୈଳାଶ ଗେହଲଟ, ସୌରଭ ଭରଦ୍ୱାଜ, ଇମ୍ରାନ ହୁସେନ ଏବଂ ମୁକେଶ ଅହଲୱାତ ଶପଥ ନେଇଛନ୍ତି। ସୁଲତାନ ପୁର ମଜ୍ରାର ବିଧାୟକ ମୁକେଶ ଅହଲୱାତ କ୍ୟାବିନେଟର ନୂଆ ମନ୍ତ୍ରୀ ହୋଇ ଥିବାବେଳେ ଅନ୍ୟ ଚାରି ଜଣ ପୂର୍ବ ମନ୍ତ୍ରୀମଣ୍ଡଳରେ ଥିଲେ। ଆତିଶୀ ଶପଥ ନେବା ପରେ ସେ ଅରବିନ୍ଦ କେଜ୍ରାୱାଲଙ୍କ ପାଦ ଛୁଇଁ ଆର୍ଶିବାଦ ନେଇଥିଲେ।

Related Articles

Leave a Reply

Your email address will not be published.

Back to top button